ଅନ୍ୟାନ୍ୟ

ଗୋଶାଳା ଗଲେ ଦୁର୍ଘଟଣା ଗ୍ରସ୍ତ ବଳଦ, ଜୟ ଜଗନ୍ନାଥ ସେବା ସଂଘ ବଢ଼ାଇଲା ସାହାଯ୍ୟର ହାତ

By Sanjeeb Biswal

July 29, 2023

ଛେଣ୍ଡିପଦା: ଛେଣ୍ଡିପଦାରୁ ବାଗଡ଼ିଆ ଯାଇଥିବା ୧୫୩ବି ଜାତୀୟ ରାଜପଥର ବଡ଼ଯୋରା ନାଳ ନିକଟରେ କିଛି ଦିନ ହେଲା ଦୁର୍ଘଟଣାର ଶିକାର ହୋଇ ପଡ଼ିଥିବା ବଳଦକୁ ଗୋଶାଳା ପଠାଯାଇଛି। ଉତ୍ତମ ଚିକିତ୍ସା ନିମନ୍ତେ ଛେଣ୍ଡିପଦା ଜୟ ଜଗନ୍ନାଥ ସେବା ସଂଘ ପକ୍ଷରୁ ବଳଦକୁ ଅନୁଗୁଳ ଗୋଶାଳାକୁ ପଠାଯାଇଛି।

ସୂଚନାଯୋଗ୍ୟ, ସଡ଼କ ଦୁର୍ଘଟଣାରେ ବଳଦଟି ଗୁରୁତର ଆହତ ହୋଇ ୧୬ ଦିନ ହେବ ରାଜପଥ ପାର୍ଶ୍ୱରେ ପଡ଼ି ରହିଥିଲା। ନୂଆ ଗାଁର ସିଲୁ ପ୍ରଧାନ ଓ ଖମାର ଗ୍ରାମର ସୁବ୍ରତ ବେହେରା ବଳଦର ଉତ୍ତମ ଚିକିତ୍ସା ପାଇଁ ସହଯୋଗ କାମନା କରିଥିଲେ। ଛେଣ୍ଡିପଦା ଜୟ ଜଗନ୍ନାଥ ସେବା ସଂଘର କର୍ମକର୍ତ୍ତା ଏହି ଖବର ପାଇବା ପରେ ଏକ ପିକଅପ୍ ଗାଡ଼ିରେ ବଳଦକୁ ଅନୁଗୁଳ ଗୋଶାଳାକୁ ପଠାଇଛନ୍ତି।