ଘଟଣା ଓ ଦୁର୍ଘଟଣା

ତେଲ ପକାଇ ଫେରିବା ବେଳେ ପଛରୁ ଧକ୍କା ଦେଲା ଇନୋଭା କାର, ସ୍କୁଟି ଚାଳକ ମୃତ

By Angul TV Bureau

August 20, 2025

ଅନୁଗୁଳ: ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡ଼ା ଥାନା କତଡ଼ା ଠାରେ ଇନୋଭା କାର ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କତଡ଼ା ଗାଁର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶ୍ରୀନିବାସ ପ୍ରଧାନ।

ସୂଚନା ମୁତାବକ, ଶ୍ରୀନିବାସ ପ୍ରଧାନ ତେଲ ଟାଙ୍କିରେ ତେଲ ପକାଇ ଘରକୁ ଫେରୁଥିବା ବେଳେ ଏକ ଇନୋଭା କାର ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଶ୍ରୀନିବାସ ଗୁରୁତର ହୋଇ ରାସ୍ତାରେ ପଡ଼ିଥିଲେ। ଖବର ପାଇ ଜରପଡା ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଶ୍ରୀନିବାସଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରିବା ସହିତ ଇନୋଭା ଚାଳକଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ମନୋଜ ପ୍ରଧାନ କହିଛନ୍ତି।