ଅନ୍ୟାନ୍ୟ

ତୈଳଦର ବୃଦ୍ଧିର ଯୁବ କଂଗ୍ରେସର ଅଭିନବ ପ୍ରତିବାଦ

By Angul TV Bureau

July 18, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନିର୍ଦ୍ଦେଶରେ ଯୁବ କଂଗ୍ରେସ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ରେ ବିକ୍ରୀ କରି ଲୋକଙ୍କୁ ପୁରୁଣା ଦିନ (କଂଗ୍ରେସ ସରକାର) ସମୟର କଥା ମନେ ପକାଇଛି। ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଦସ୍ତଖତ ଅଭିଯାନ ଅବସରରେ ଶନିବାର କେତେକ ପେଟ୍ରୋଲ ଟାଙ୍କିରୁ ୧୦୪ଟଙ୍କାରେ ତେଲ କିଣି ଗ୍ରାହକମାନଙ୍କୁ ୮୦ଟଙ୍କାରେ ତେଲ ଯୋଗାଇ ଦିଆଯାଉଥିଲା। ବଅଁରପାଳ, ଅନୁଗୁଳ ସହରର ମଙ୍ଗତୁରାମ ପେଟ୍ରୋଲ ଟାଙ୍କି, ଜରାସିଂହା, ରକ୍ତଲେଇ, ବନ୍ତଳା, ତାଳଚେର, ଖମାର, ପାଳଲହଡା, କିଶୋରନଗର, ଆଠମଲ୍ଲିକ ଆଦି ସ୍ଥାନରେ କଂଗ୍ରେସ କର୍ମୀମାନେ ଏମିତି ପ୍ରତିବାଦ କରିବା ସହ କେନ୍ଦ୍ର ସରକାରଙ୍କ ଅପାରଗତା ନେଇ ବର୍ଷିଥିଲେ। ଏହି ଅଭିନବ ପ୍ରତିବାଦରେ ସମସ୍ତ ବ୍ଲକରେ ବ୍ଲକ କଂଗ୍ରେସ ସଭାପତି ଓ ସ୍ଥାନୀୟ ଜିଲ୍ଲା ନେତୃମଣ୍ଡଳୀ ତତ୍ତ୍ବାବଧାନରେ ପାଳିତ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ଜିଲ୍ଲା କଂଗ୍ରେସ ପ୍ରେମୀ ଓ କର୍ମୀମାନେ ଉପସ୍ଥିତ ଥିଲେ।