ଘଟଣା ଓ ଦୁର୍ଘଟଣା

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଇନୋଭା କାର,ଚାଳକ ଗୁରୁତର

By Angul TV Bureau

October 05, 2025

ଅନୁଗୁଳ : ଅନୁଗୁଳ ଜିଲ୍ଲା  ଛେଣ୍ଡିପଦାକୁ ସଂଯୋଗ କରୁଥିବା ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣସ୍ତମ୍ଭ ନିକଟରେ ରାସ୍ତା ତଳକୁ ଖସିଲା ଇନୋଭା କାର। ଫଳରେ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ଏକ ଇନୋଭା  ଅନୁଗୁଳରୁ ଛେଣ୍ଡିପଦା ଆଡ଼େ ଯାଉଥିବା ବେଳେ କୋଶଳା ସହିଦ ଅରୁଣ ସ୍ତମ୍ଭ ନିକଟସ୍ଥ  ପୋଲ ଠାରେ ଭାରସାମ୍ୟ ହରାଇ ପ୍ରଥମେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ରାସ୍ତାର ୫ ଫୁଟ ତଳକୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଆହତ ଗାଡି ଚାଳକଙ୍କୁ  ଉଦ୍ଧାର କରି ଚିକିତ୍ସା ପାଇ ପଠାଇ ଦେଇଥିବା ବେଳେ ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହିତ ଘଟଣାର ଛାନଭିନ ଚଳାଇଛି।