ଘଟଣା ଓ ଦୁର୍ଘଟଣା

ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଚୋର,ଜନତାଙ୍କ ପରେ ଏବେ ବିଚାରପତିଙ୍କ ଘରେ ବୁଲାଇଲେ କଳାକନା

By Angul TV Bureau

September 04, 2022

ତାଳଚେର : ତାଳଚେର ଅଞ୍ଚଳରେ ଦିନକୁ ଦିନ ଅରାଜକତା ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ ଚୋରମାନେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଚୋରି, ଲୁଟ୍, ରାହାଜାନୀ କରୁଛନ୍ତି। ସାଧାରଣ ଜନତାଙ୍କ ସମେତ ଓକିଲ, ସାମ୍ବାଦିକ ଏମିତି କି ମାଜିଷ୍ଟ୍ରେଟ ମଧ୍ୟ ଏବେ ଚୋରିର ଶିକାର ହେଉଛନ୍ତି। ଶୁକ୍ରବାର ଦେଉଳବେଡାସ୍ଥିତ ତାଳଚେର କୋର୍ଟର ବିଚାରପତି ଆଶିଷ ସାହୁଙ୍କ ଘରୁ ଦିନଦ୍ୱିିପହରରେ ଚୋରି ହୋଇଛି। ଜଜ୍ ଘରେ ନଥିବା ବେଳେ ତାଙ୍କ ଘର ଗ୍ରୀଲ ଭାଙ୍ଗି ଦୁର୍ବୃତ୍ତ ଘରେ ପଶି ଏକ ଲାପଟପ, ୨ଟି ଦାମୀ ଘଣ୍ଟା, ଗାଡ଼ି ଓ ଟିଭି ନେଇ ଯାଇଛନ୍ତି।

ସେହିପରି ଗତକାଲି ବାଘୁଆବାଲ ଅଞ୍ଚଳର ବାସିନ୍ଦା ନିଗମାନନ୍ଦ ଭୋଇଙ୍କ ଘରୁ ଚୋରମାନେ ଏସି କାଟି ନେବାକୁ ଉଦ୍ୟମ କରୁଥିବା ବେଳେ ପଡ଼ୋଶୀ ଦେଖିଦେବାରୁ ସେମାନେ ଚାଲିଯାଇଥିଲେ। ତେବେ କେବଳ ଏହି ଦୁଇଟି ନୁହେଁ, ଅଞ୍ଚଳରେ ପ୍ରତିଦିନ ଏଭଳି ଲୁଟତରାଜ ହେଉଥିବାରୁ ପୋଲିସ ଅଧିକ ସଜାଗ ରହିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।