ଅନ୍ୟାନ୍ୟ

ଖାଦ୍ୟ ନିରାପତ୍ତା ବିଭାଗର ଯାଞ୍ଚ, ୧୫ ଦୋକାନୀଙ୍କ ଠାରୁ ଆଦାୟ ହେଲା ୪୮୦୦ ଟଙ୍କା ଫାଇନ୍

By Angul TV Bureau

December 14, 2022

ଅନୁଗୁଳ: ସ୍ଥାନୀୟ ବନ୍ତଳା ବଜାରରେ ଆଜି ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଛି। ଏ ଅବସରରେ ପ୍ରାୟ ୧୫ଟି ଦୋକାନରୁ ୪୮୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଛି। ସୂଚନା ମୁତାବକ, ଆଜି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଖାଦ୍ୟ ବ୍ୟବସାୟ କରୁଥିବା ଦୋକାନ ଏବଂ ଗୁଟଖା ଦୋକାନୀଙ୍କ ଉପରେ ଚଢ଼ଉ କରାଯାଇଥିଲା। ପ୍ରାୟ ୧୫ ଗୋଟି ଦୋକାନରେ ଯାଞ୍ଚ କରାଯାଇ ୪୮୦୦ ଟଙ୍କା ଫାଇନ ଆଦାୟ କରାଯାଇଛି।

ଏହି ଯାଞ୍ଚ ପ୍ରକ୍ରିୟାରେ ଡିପିଏଚ୍ଓ ଧନଞ୍ଜୟ ବେହେରା, ଏଫ୍ଏସ୍ଓ ହରପ୍ରିୟା ବେହେରା, ଏଫ୍ଏସ୍ଓ ସୁମିତ ସୌରଭ ପରିଡା, ଏମ୍ ଟିଏସ୍ ନୀଳାମ୍ବର ପ୍ରଧାନ ଏବଂ ପୋଲିସ ପ୍ରଶାସନ ଉପସ୍ଥିତ ରହିଥିଲେ।