ମୁଖ୍ୟ ଖବର

୧୨୫ କିଲୋଭେଲ୍ଡର ଡିଜି ସେଟ୍ ସ୍ଥାପନ

By Biswaranjan Pattnaik

March 30, 2024

ଅନୁଗୁଳ: ବହୁ ଦାବି ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବଗୃହରେ ଏକ ୧୨୫ କିଲୋଭେଲ୍ଡର ଡିଜି ସେଟ୍ ସ୍ଥାପନ ହୋଇଛି। ଏହାକୁ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ମେଡିକାଲ୍ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ଶବଗୃହରେ ଡିଜି ସେଟ୍ ବ୍ୟବସ୍ଥା ନଥିବାରୁ ବହୁ ସମସ୍ୟା ହେଉଥିଲା। ଏମିତିକି ଶବ ବ୍ୟବଚ୍ଛେଦରେ ବିଳମ୍ବ ସାଙ୍ଗକୁ ଘଣ୍ଟା ଘଣ୍ଟା ଧରି ବ୍ୟବଚ୍ଛେଦ ହୋଇପାରୁନଥିଲା । ପାୱାର କଟ୍ ହେବା ଦିନ ଶବ ବ୍ୟବଚ୍ଛେଦରେ ବିଳମ୍ବ ହେଉଥିଲା। ଯହାକୁ ନେଇ ଅସନ୍ତୋଷ ବଢ଼ିବା ପରେ ଏକ ଡିଜି ସେଟ୍ ସ୍ଥାପନ ନେଇ ଦାବି ହେଇଥିଲା । ଡିଜି ସେଟ୍ ସ୍ଥାପନ ନେଇ ରୋଗୀ କଲ୍ୟାଣ ସମିତି ବୈଠକରେ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ବର୍ଷେରୁ ଅଧିକ ସମୟ ବିତିବା ପରେ ଶବଗୃହରେ ଡିଜି ସେଟ୍ ସ୍ଥାପନ ହୋଇଛି। ଆଗାମୀ ୪ରୁ ୫ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ମେଡିକାଲ୍ ପକ୍ଷରୁ ଜଣାଯାଇଛି।