ମୁଖ୍ୟ ଖବର

ଟାଙ୍କିରୁ ପେଟ୍ରୋଲ ବଦଳରେ ବାହାରୁଛି ପାଣି, ଅଭିଯୋଗ ପରେ ଗଣ୍ଡଗୋଳ କରୁଛନ୍ତି କର୍ମଚାରୀ

By Angul TV Bureau

July 22, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ନିକଟସ୍ଥ କାଣ୍ଡସର ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ବଦଳରେ ପାଣି ବାହାରୁଥିବା ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି।

ସୂଚନା ମୁତାବକ, ଗତ ୨୦ ତାରିଖରେ କାଣ୍ଡସର ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ପେଟ୍ରୋଲ ଟାଙ୍କିରେ ଗାଁର ସନ୍ତୋଷ କୁମାର ବେହେରା ୪୩୦ ଟଙ୍କାର ତେଲ ପକାଇଥିଲେ। ସନ୍ତୋଷ ଗାଡି ଧରି ନାଲକୋ ଆଡ଼କୁ ଯାଇଥିଲେ। କିନ୍ତୁ ଅଧ ବାଟରେ ଗାଡି ବନ୍ଦ ହୋଇଯିବାରୁ ସେ ଗ୍ୟାରେଜ୍ ଯାଇଥିଲେ। ସେଠାରେ ଗ୍ୟାରେଜ୍ କର୍ମଚାରୀ ତେଲ ଟାଙ୍କି ଯାଞ୍ଚ କରିଥିଲେ। ତେଲ ଟାଙ୍କିରୁ ତେଲ ବଦଳରେ ପାଣି ବାହାରିଥିଲା। ଏ ନେଇ ସନ୍ତୋଷ ଟାଙ୍କିରେ ପଚାରିବାରୁ ତେଲ ଟାଙ୍କି କର୍ମଚାରୀମାନେ ଯୁକ୍ତି କରିଥିଲେ।

ଏ ନେଇ ଆଜି ସନ୍ତୋଷ ଗଣମାଧ୍ୟମରେ ଗୁହାରି କରିଛନ୍ତି। ଅନ୍ୟପଟେ ଟାଙ୍କି କର୍ମଚାରୀଙ୍କ ପ୍ରତିକ୍ରିୟା ମାଗିବାରୁ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବୁ ନାହିଁ କହିଥିଲେ। ଏ ନେଇ ପୋଲିସ ଦୃଷ୍ଟି ଦେବାକୁ ଦାବି ହେଉଛି।