ମୁଖ୍ୟ ଖବର

ଆନ୍ତଃରାଜ୍ୟ ଗୋରୁ ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ, ୮ ଗିରଫ

By Angul TV Bureau

September 24, 2026

ଅନୁଗୋଳ: ଆନ୍ତଃରାଜ୍ୟ ଗୋରୁ ଚାଲାଣ ଅଭିଯୋଗରେ ଅନୁଗୋଳ ଜିଲ୍ଲା ହଣ୍ଡପା ପୁଲିସ ଏକ ଦଳର ୮ ଜଣଙ୍କୁ ଗିରଫ କରିଛି। ପୁଲିସର ତଦନ୍ତରୁ ଏହି ଦଳ ଗୋରୁ ସଂଗ୍ରହ କରି ରାଜ୍ୟ ବାହାରକୁ ଚାଲାଣ କରୁଥିବା ଜଣାପଡ଼ିଛି।

ଗତ ୯ ତାରିଖରେ ଉରୁକୁଳା ଛକ ନିକଟରୁ ୩୪ଟି ଗୋରୁ ଚାଲାଣ ହେଉଥିବା ବେଳେ ପୁଲିସ ସେଗୁଡ଼ିକୁ ଉଦ୍ଧାର କରିଥିଲା। ଏହି ଘଟଣାର ତଦନ୍ତ କରିବା ସମୟରେ ଚାଲାଣକାରୀ ଦଳର ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା। ଅଭିଯୁକ୍ତମାନେ ପଶ୍ଚିମବଙ୍ଗର କଂସେଇଖାନାକୁ ଗୋରୁ ପଠାଉଥିବା ନେଇ ତଥ୍ୟ ମିଳିବା ପରେ ପୁଲିସ ଛାନଭିନ ବଢ଼ାଇଥିଲା।

ଗିରଫ ୮ ଜଣ ହେଲେ ଅବ୍ରାଲ ମହମ୍ମଦ, ଗୁରୁଚରଣ ବେହେରା, ଶେଖ୍ ଆସିକ, ହରମୋହନ ବେହେରା, ବଳରାମ ପ୍ରଧାନ, ବଳ ଉଦାବର, ବିଶି କେସନ ନାଏକ ଓ ସୁଶାନ୍ତ ନାଏକ। ପୁଲିସ ଅନୁଯାୟୀ, ଗୁରୁଚରଣ ଏହି ଦଳର ମୁଖ୍ୟ ଥିଲା। ଲୋକ ଲଗାଇ ଗୋରୁ ସଂଗ୍ରହ କରିବା ପରେ ସେଗୁଡ଼ିକୁ ଏକ ଗୁପ୍ତ ସ୍ଥାନରେ ରଖାଯାଉଥିଲା। ପରେ ବଡ଼ ଲରିରେ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା।