ଅନ୍ୟାନ୍ୟ

ଅନ୍ତର୍ଜାତୀୟ ନୀଳ ଆକାଶ ନିମନ୍ତେ ସ୍ବଚ୍ଛ ବାୟୁ ଦିବସ ୨୦୨୩ ପାଳିତ, ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ

By Angul TV Bureau

September 08, 2023

ଅନୁଗୁଳ: ସ୍ଥାନୀୟ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ “ଅନ୍ତର୍ଜାତୀୟ ନୀଳ ଆକାଶ ନିମନ୍ତେ ସ୍ବଚ୍ଛ ବାୟୁ ଦିବସ ୨୦୨୩” ଗୁରୁବାର ପାଳିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡା. ତ୍ରିଲୋଚନ ପ୍ରଧାନ ଅଧ୍ୟକ୍ଷତା କରି ଏହି ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଏ ଅବସରରେ ସେ ଗଛ ଲଗାଇବା, ଜଙ୍ଗଲ ସୁରକ୍ଷା କରିବା, ଶକ୍ତିର ବିକଳ୍ପ ମାଧ୍ୟମ ଆପଣାଇବା, ପରିବେଶ ଅନୁକୂଳ ଯାନ ବ୍ୟବହାର କରିବା ଓ ବ୍ୟକ୍ତିଗତ ଯାନ ବଦଳରେ ସାଧାରଣ ପରିବହନ ଯାନର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ଧନଞ୍ଜୟ ବେହେରା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଦିଲ୍ଲୀପ କୁମାର ପଟ୍ଟନାୟକ, ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡା. ପୂର୍ଣ୍ଣିମା ଉଦଗାତା, ଡା.ବିନୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।