ପ୍ରତିଭା ଓ ବ୍ୟକ୍ତିତ୍ୱ

ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଭବେଶ ସମ୍ବର୍ଦ୍ଧିତ

By Angul TV Bureau

February 23, 2021

ଅନୁଗୁଳ: ୧୭ ବର୍ଷରୁ କମ୍ ଅନ୍ତର୍ଜାତୀୟ ଫୁଟବଲ୍‌ରେ ସ୍ବର୍ଣ୍ଣପଦକ ଲାଭ କରିଥିବା ପାଳଲହଡ଼ା ସାମିଆଁପାଲିର ଭବେଶ କୁମାର ସାହୁଙ୍କୁ ରବିବାର ସ୍ଥାନୀୟ ପଞ୍ଚାୟତ ଭବନଠାରେ ସମ୍ବର୍ଦ୍ଧିତ କରାଯାଇଛି। ପାଳଲହଡ଼ା ବିଧାୟକ ମୁକେଶ ପାଳ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନବକିଶୋର ନାଏକ, ଯୁବ ବିଜେଡି ସଭାପତି ସବ୍ୟସାଚୀ କପରଦାର ଉପସ୍ଥିତ ଥିଲେ । ନିକଟରେ ନେପାଳ କାଠମାଣ୍ଡୁରେ ଅନୁଷ୍ଠିତ ୧୭ ବର୍ଷରୁ କମ୍ ଅନ୍ତର୍ଜାତୀୟ ଫୁଟବଲରେ ଭାରତ ଚାମ୍ପିଅନ୍ ଆଖ୍ୟା ହାସଲ କରିଥିଲା। ଭବେଶ ଭାରତ ପକ୍ଷରୁ ଗୋଲକିପର ଭାବେ ଖେଳିଥିଲେ। ଭାରତ ଏଥିରେ ବିଜୟୀ କରାଇବା ସହ ନିଜେ ସ୍ବର୍ଣ୍ଣପଦକ ଓ ସିଲଡ଼ ଲାଭକରିଥିଲେ।