ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୁଣ କୁମାର ସେଠୀ ଯୋଗଦେଇ ରାଷ୍ଟ୍ରର ଉନ୍ନତି ପାଇଁ ସାକ୍ଷରତାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ। ଶିକ୍ଷୟିତ୍ରୀ ଚିନ୍ମୟୀ ମହାପାତ୍ର ଓ ବିଆରଟି ମମତା ମଞ୍ଜରୀ ସାମଲ ଦିବସର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ।
ଏହି ଅବସରରେ ସାକ୍ଷରତା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ସଚେତନତା ବାର୍ତ୍ତା ସହ ସହର ପରିକ୍ରମା କରିଥିଲେ। ପ୍ରଧାନଶିକ୍ଷକଙ୍କ ନେତୃତ୍ୱରେ ଧଉରାପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେନ କୁମାର ବେହେରା, ଶିକ୍ଷକ ସଂଗ୍ରାମ କେଶରୀ ପୃଷ୍ଟି, ସୋମାଞ୍ଜଳି ସାହୁ, ପ୍ରିୟଙ୍କା ସାହୁ, ସୁଧୀର କୁମାର ଦାର, ଚମ୍ପେଶ୍ୱର ସେଠ, ସନ୍ତୋଷିନୀ ମାଝୀ, ଶୁଭଲକ୍ଷ୍ମୀ ସାହୁ, ମଞ୍ଜୁ କଅଁର, ପଙ୍କଜିନୀ ସାହୁ, ଭରତ ସେଠୀ, ମନୋଜ ପ୍ରଧାନ ଓ ସରୋଜ ମାଝି ପ୍ରମୁଖ ଅଂଶଗ୍ରହଣ କରିଥିଲେ।