ଅନ୍ୟାନ୍ୟ

ଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ, ମହିଳାଙ୍କ ଗର୍ଭପାତଜନିତ ସ୍ବାସ୍ଥ୍ୟର ଯତ୍ନ ନେବା ଲାଗି ସଚେତନତା

By Angul TV Bureau

September 29, 2022

ଅନୁଗୁଳ: ମହିଳାଙ୍କ ଗର୍ଭପାତଜନିତ ସ୍ବାସ୍ଥ୍ୟର ଯତ୍ନ ନେବା ଲାଗି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁରକ୍ଷିତ ଗର୍ଭପାତ କରାଇବାର ଉପଯୁକ୍ତ ସମୟ ଓ ବିଧି ଉପରେ ଆଲୋକପାତ କରାଇଥିଲେ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦିଲ୍ଲୀପ କୁମାର ପଟ୍ଟନାୟକ, ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ହରପ୍ରିୟା ଜେନା, ସହକାରୀ ଜନସ୍ବାସ୍ଥ୍ୟ ସଞ୍ଚାରର ଅଧିକାରୀ ଭରତ କୁମାର ସାହୁ, ପାରା ମେଡିକାଲ କର୍ମଚାରୀ, ନର୍ସିଂ ଛାତ୍ରୀ, ଆଶା କର୍ମୀ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।