ଅନ୍ୟାନ୍ୟ

ଆଠମଲ୍ଲିକ ସିଭିଲ ଅଦାଲତ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

By Angul TV Bureau

March 08, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସିଭିଲ ଅଦାଲତ ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ବେଶ୍ ଆଡ଼ମ୍ବରରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ତାଲୁକ ଆଇନସେବା କମିଟିର ଅଧ୍ୟକ୍ଷ ରଞ୍ଜନ କୁମାର ସୁତାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସବଜଜ ଲିଙ୍କିପ୍ରିୟା ସାହୁ, ସିଭିଲ ବାର ସଭାପତି ସୁଶାନ୍ତ କୁମାର ମହାପାତ୍ର, ସମ୍ପାଦକ ଅର୍ଜୁନ ରାଉଳ ଏବଂ ବରିଷ୍ଠ ଆଇନଜୀବୀ ଅସିତ ରଞ୍ଜନ ଦେଓ, ଜିତେନ୍ କୁମାର ମିଶ୍ର, ବିଜୟ କୁମାର ମହାକୁଡ଼, ଅନ୍ତର୍ଯ୍ୟାମୀ ରାଉଳ ଓ ରୋଜି ମେଣ୍ଡୁଳି ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ସୁତାର ନିଜ ଅଭିଭାଷଣରେ ମହିଳାମାନଙ୍କ ଅଧିକାର ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସ୍ଥାନୀୟ ବାଳାଶ୍ରମର କର୍ମଚାରୀଙ୍କ ସମେତ ସିଭିଲ ଅଦାଲତର ସମସ୍ତ କର୍ମଚାରୀବୃନ୍ଦ ଯୋଗ ଦେଇଥିଲେ। ସିଦ୍ଧାର୍ଥ ମହାନ୍ତି କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ତାଲୁକ ଆଇନସେବା କମିଟି ସମ୍ପାଦକ ଅମିତ କୁମାର ନାୟକ, ଗୋବିନ୍ଦ ମାର୍ଣ୍ଡି, ଚତୁର୍ଭୁଜ ବାରିକ ଓ ମଧୁସୂଦନ ସାହୁ ପ୍ରମୁଖ ସହଯୋଗ କରିଥିଲେ।