ଅନୁଗୁଳ: କେନ୍ଦ୍ର ସରକାରଙ୍କ କୌଶଳ ବିକାଶ ମନ୍ତ୍ରଣାଳୟ ଅଧୀନ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡାଙ୍କ ନେତୃତ୍ବରେ ଅନୁଗୁଳ ଜିଲ୍ଲାର ଦୁଇଟି ବ୍ଲକରେ ଯୋଗ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଶତାଧିକ ପ୍ରଶିକ୍ଷାର୍ଥୀ ଭାଗ ନେଇଥିଲେ।
କଣିହାଁ ବ୍ଲକ ଅନ୍ତର୍ଗତ ବିଜିଗୋଳର ଶ୍ରୀରାମ ମନ୍ଦିର ପରିସରରେ ଆୟୋଜିତ ବିଶ୍ଵ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଵାମୀ ସଚ୍ଚିଦାନନ୍ଦ ସରସ୍ଵତୀ ଯୋଗ ଦେଇଥିଲେ। ଯୋଗ ପ୍ରଶିକ୍ଷକ ଭାବେ ହରମୋହନ ସାହୁ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ। ବିଜିଗୋଳର ସରପଞ୍ଚ ରୁକ୍ମିଣୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଜନ ଶିକ୍ଷଣ ସଂସ୍ଥାନ ଅନୁଗୁଳର ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡା ଅତିଥିଙ୍କୁ ସ୍ୱାଗତ କରିଥିଲେ। ଜେଏସ୍ଏସ୍ ଅନୁଗୁଳର ପ୍ରଶିକ୍ଷକ ଜଗଦୀଶ ପାଣି ଶିବିର ସଞ୍ଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ଛେଣ୍ଡିପଦା ବ୍ଲକରେ ମଧ୍ୟ ଜେ ଏସ୍ ଏସ୍ ପ୍ରଶିକ୍ଷଣ କେନ୍ଦ୍ରରେ ପି. ସି. ଆଇ. ଟି. କଲେଜର ଅଧ୍ୟାପକ ବିଶ୍ଵନାଥ ବିଶ୍ଵାଳ ଶିବିର ଉଦ୍ଘାଟନ କରିଥିଲେ। ଯୋଗ ଗୁରୁ ଭାବେ ସୁଶାନ୍ତ ସାହୁ ପ୍ରଶିକ୍ଷଣ ଦେବା ସହ ଜେ ଏସ୍ ଏସ୍ ର ପ୍ରଶିକ୍ଷକ ସୁମନ୍ତ ସ୍ଵାଇଁ ଶିବିର ପରିଚାଳନା କରିଥିଲେ।