ଅନ୍ୟାନ୍ୟ

ଏଡିଭି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ

By Biswaranjan Pattnaik

June 22, 2026

ଅନୁଗୋଳ: ସ୍ଥାନୀୟ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ପୂର୍ବତନ ସୈନିକ ସଂଘ ବା ଏଡିଭି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏହି ଯୋଗ ଦିବସ ପାଳିତ ହୋଇଥିଲା। ଏକ ସୁସ୍ଥ ନିରାମୟ ଓ ଅବସାଦମୁକ୍ତ ଜୀବନ ଯାପନ ପାଇଁ ଯୋଗ ନିହାତି ଆବଶ୍ୟକ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ।ନିୟମିତ ଯୋଗ ଦ୍ୱାରା ବାର୍ଦ୍ଧକ୍ୟରେ ମଧ୍ୟ ସୁସ୍ଥତା ଅନୁଭବ କରିହେବ। ସଂଘର ୫୦ ରୁ ଅଧିକ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।