ମୁଖ୍ୟ ଖବର

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ସମସ୍ତେ ଯୋଗ କରି ସୁସ୍ଥ ରହିବା ଉପରେ ଗୁରୁତ୍ୱ

By Swagatika Samantray

June 22, 2024

ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଏବଂ ଏହାର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ପକ୍ଷରୁ ପ୍ଲାଣ୍ଟ ପରିସରରେ ତଥା ପାରିପାର୍ଶ୍ବିକ ଗ୍ରାମଗୁଡିକରେ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଯୋଗ ଶିବିରରେ ଅନୁଗୁଳ ପ୍ଲାଣ୍ଟର ଭାରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲ୍ହାନ ଏବଂ ପ୍ରକଳ୍ପ ସମୂହର ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲଙ୍କ ସହ କମ୍ପାନୀର ଅଧିକାରୀ, କର୍ମଚାରୀ ଏବଂ ଉତ୍ସାହୀ ଗ୍ରାମବାସୀ ଯୋଗ ଦେଇଥିଲେ।

ଚଳିତ ବର୍ଷ ଯୋଗ ଦିବସର ବାର୍ତ୍ତା ରହିଛି “ନିଜ ପାଇଁ ଏବଂ ସମାଜ ପାଇଁ ଯୋଗ”।

ଏହି ସମାବେଶକୁ ସମ୍ବୋଧିତ କରି ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ କହିଛନ୍ତି, ଆପଣ ପ୍ରକୃତରେ ଭାଗ୍ୟବାନ ଯେ ନବୀନ ଜିନ୍ଦଲ ଜୀଙ୍କ ପରି ଜଣେ ଅଧ୍ୟକ୍ଷ ଅଛନ୍ତି, ଯିଏ ସର୍ବଦା ସ୍ବାସ୍ଥ୍ୟ ସଙ୍ଗେ ସଙ୍ଗେ ସମାଜ ମଙ୍ଗଳ ଉପରେ ମଧ୍ୟ ଯଥେଷ୍ଟ ଗୁରୁତ୍ବ ଦେଇ ଆସିଛନ୍ତି। ଆସନ୍ତୁ ଆମେ ସମସ୍ତେ ନିୟମିତ ଯୋଗାଭ୍ୟାସ କରିବା ସହ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ପ୍ରୟାସ କରିବା।

ଓପି ଜିନ୍ଦଲ ସ୍କୁଲ, ଡିଏଭି ସାବିତ୍ରୀ ଜିନ୍ଦଲ ସ୍କୁଲ,ଜିନ୍ଦଲ ଆଶା ଏବଂ ଅନ୍ୟ ସ୍ଥାନ ମାନଙ୍କରେ ବେଶ ଉଲ୍ଲାସର ସହ ଯୋଗ ଦିବସ ପାଳିତ ହୋଇଛି।