ମୁଖ୍ୟ ଖବର

‘ସୁସ୍ଥ ଜୀବନଚର୍ଯ୍ୟା ପାଇଁ ଯୋଗ ମାଧ୍ୟମ’: ପତଞ୍ଜଳି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

By Angul TV Bureau

June 21, 2023

ଅନୁଗୁଳ: ଅନୁଗୁଳ ପତଞ୍ଜଳି ଯୋଗ ସମିତି ତରଫରୁ ଇନଡୋର ଷ୍ଟାଡିୟମ ପରିସରରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଆଇଜି ବ୍ରଜେଶ୍ ରାଏ ମୁଖ୍ୟବକ୍ତା, ଏସପି ସୁଧାଂଶୁ ଶେଖର ମିଶ୍ର, କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସୀଠ, ଅନୁଗୁଳ କ୍ରିକେଟ୍ ଆସୋସିଏସନ ତଥା ଓଡିଶା କ୍ରିକେଟ୍ ଆସୋସିଏସନର ଆପେକ୍ସ କାଉନସିଲ ମେମ୍ବର ପ୍ରତାପ ପ୍ରଧାନ, ରାଜ୍ୟ ବସୁଧା ଓ ପାଣି ପଞ୍ଚାୟତ ଉପଦେଷ୍ଟା ଦିନେଶ ପ୍ରଧାନ, ବିଶ୍ବ ହିନ୍ଦୁ ପରିଷଦ ରାଜ୍ୟ ସମ୍ପାଦକ ମହେଶ ସାହୁ ଓ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ଵରୀୟ ବିଶ୍ବବିଦ୍ୟାଳୟର ଭଉଣୀ ମିନତୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଅନୁଗୁଳ ପତଞ୍ଜଳି ଯୋଗ ସମିତିର ସଭାପତି ଅଭୟ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୋଗ ସଂସ୍ଥାନ ଅନୁଗୁଳ ଶାଖାର ସମ୍ପାଦିକା ସଂଯୁକ୍ତା ପାଳ ପ୍ରଥମେ ଉପସ୍ଥିତ ଲୋକଙ୍କ ଯୋଗାଭ୍ୟାସ କରାଇଥିଲେ। ସେ କହିଥିଲେ, ଯୋଡିବାର ନାମ ଯୋଗ। ପରମାତ୍ମାଙ୍କ ସହିତ ଆତ୍ମାର ଯୋଗ। ଏକ ସୁସ୍ଥ ଜୀବନଚର୍ଯ୍ୟା ପାଇଁ ଯୋଗ ମାଧ୍ୟମରେ ହୋଇଥାଏ ବୋଲି ମତ ପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମରେ ପିଟିସି ପ୍ରଶିକ୍ଷାର୍ଥୀ, ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଅନୁଗୁଳ ଶାଖା, ନେହୁର ଯୁବା କେନ୍ଦ୍ର, ଭାରତୀୟ ଯୋଗ ସଂସ୍ଥାନ, ବିଶ୍ବ ହିନ୍ଦୁ ପରିଷଦ, ଜେସିଆଇ, ସତ୍ୟ ସାଇ ସେବା ସମିତି, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ,ଆମ ଅନୁଗୁଳ ଆମ ଗୌରବର ସଦସ୍ୟଙ୍କ ସମେତ ସ୍ବରସ୍ବତି ଶିଶୁ ମନ୍ଦିର, ଅନୁଗୁଳ ହାଇସ୍କୁଲ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।