ଅନ୍ୟାନ୍ୟ

ରାଷ୍ଟ୍ରୀୟ ମଜଦୂର ସଂଘ (INTUC)ର ସଭା, ଆଗାମୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ବାନ

By Angul TV Bureau

December 02, 2024

 

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବିଜିଗୋଳ କଲ୍ୟାଣୀ ମଣ୍ଡପ ଠାରେ ଆଜି ଅଣସଂଗଠିତ ଶ୍ରମିକ ଯଥା ନିର୍ମାଣ ଶ୍ରମିକ, ପାଚିକା, ମିଶନ ଶକ୍ତି ଅଧୀନରେ କାମ କରୁଥିବା କର୍ମୀ, ଆଶାକର୍ମୀ ମାନଙ୍କର ସଭା ଅନୁଷ୍ଠିତ ହୋଇଛି।

ରାଷ୍ଟ୍ରୀୟ ମଜଦୁର ସଂଘ(INTUC) ର ଅନୁଗୁଳ ଜିଲ୍ଲା ସଭାପତି ଦିଗାମ୍ବର ଗଡ଼ନାୟକଙ୍କ ସଭାପତିତ୍ଵରେ ଆୟୋଜିତ ଆଜିର ସଭାରେ ରାଷ୍ଟ୍ରୀୟ ମଜଦୁର ସଂଘ(INTUC) ର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ଉପ ସଭାପତି ଦେବାଶିଷ ଘୋଷ, ମହିଳା ନେତ୍ରୀ ସସ୍ମିତା ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ। ସଂଘର ବିଭିନ୍ନ ଦାବି ପୂରଣ ପାଇଁ ଆଗାମୀ ଦିନରେ କାର୍ଯ୍ୟକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇବେ। ଏଣୁ ସଂଗଠନକୁ ସୁଦୃଢ କରିବା ସହିତ ଆଗାମୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଅତିଥିମାନେ ଆହ୍ବାନ ଦେଇଥିଲେ।