ଅନ୍ୟାନ୍ୟ

ଅନୁଗୁଳ ମେଡ଼ିକାଲରେ ଆୟୋଡ଼ିନ ଅଭାବ ଜନିତ ବ୍ୟାଧି ନିରାକରଣ ଦିବସ

By Biswaranjan Pattnaik

October 21, 2023

ଅନୁଗୁଳ: ଅନୁଗୁଳ ମେଡ଼ିକାଲର ତାଲିମ ସଭା କକ୍ଷରେ ଆଜି ଆୟୋଡିନ ଅଭାବ ଜନିତ ବ୍ୟାଧି ନିରାକରଣ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରି ଧନଞ୍ଜୟ ବେହେରା ଏହାକୁ ଉଦଘାଟନ କରିବା ଶହ ଲୁଣରେ ଆୟୋଡ଼ିନ୍ ର ଅଭାବ ଘଟିଲେ ତାହା ଶରୀର ଓ ମନକୁ କିଭଳି କ୍ଷତିଗ୍ରସ୍ତ କରେ ତାହା ବୁଝାଇଥିଲେ। ଆୟୋଡିନ୍ ଅଭାବରେ ଶିଶୁର ମାନସିକ ଅଭିବୃଦ୍ଧି ହୋଇପାରେ ନାହିଁ। ଏହା ଦ୍ବାରା ଗଳଗଣ୍ଡ ରୋଗ ହୋଇଥାଏ। ଅନ୍ୟତମ ଅତିଥି ଭାବେ ସଂକ୍ରାମକ ରୋଗ ବିଭାଗର ମୁଖ୍ୟ ଡ଼ା ବିନୋଦ କୁମାର ସାହୁ ଯୋଗ ଦେଇ ଆୟୋଡ଼ିନ୍ ଯୁକ୍ତ ଲୁଣ ସେବନର ଉପକାରିତା ଉପରେ ଆଲୋକପାତ କରିଥିଲେ। ସଭାରେ ଆଶା କର୍ମୀ ଓ ପାରା ମେଡ଼ିକାଲ କର୍ମଚାରୀ ମାନେ ଯୋଗ ଦେଇଥିଲେ ।