ଅନୁଗୁଳ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଚଳିତ ଆଇପିଏଲ ୨୦୨୫ ସିଜିନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଜାତୀୟ ନ୍ୟୁଜ ଏଜେନ୍ସି ପିତିଆଇର ରିପୋର୍ଟ ଅନୁସାରେ, ସରକାରଙ୍କ ପରାମର୍ଶ ନେବା ପରେ ଆୟୋଜକ ମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ପାକିସ୍ତାନ ଅନେକ ଭାରତୀୟ ସହର ଉପରେ ଆକ୍ରମଣ ଉଦ୍ୟମ କରିବା ପରେ ଧର୍ମଶାଳାରେ PBKS ଓ DC ମଧ୍ୟରେ ଖେଳାଯାଉଥିବା ମ୍ୟାଚକୁ ଅଧାରୁ ବାତିଲ କରାଯାଇଥିଲା। ଏପଟେ ପାକିସ୍ତାନ ଆକ୍ରମଣର ଜବାବ ଦେଉଛି ଭାରତ।