ମୁଖ୍ୟ ଖବର

ରାସନ ବଣ୍ଟନରେ ଅନିୟମିତତା: ନୁନୁକାପଶି ଗ୍ରାମବାସୀଙ୍କ ଅଭିଯୋଗ

By Angul TV Bureau

September 18, 2025

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତର ୱାର୍ଡ ନଂ ୧ ଓ ୨ରେ ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ମଙ୍ଗଳବାର କିଶୋରନଗର ବିଡିଓଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି। ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ଯେ, ଡିଲର ଟିପିଚିହ୍ନ ନେଇ ଚାଉଳ ଓ ଜୁଲାଇ-ଅଗଷ୍ଟ ମାସର ସରକାରୀ ମାଣ୍ଡିଆ ଯୋଗାଇ ଦେଉନାହାନ୍ତି।

ପୂର୍ବରୁ ବ୍ଲକ ପ୍ରଶାସନକୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଗ୍ରାମବାସୀ ତୁରନ୍ତ ସମସ୍ୟା ସମାଧାନ ଓ ମାଣ୍ଡିଆ ଯୋଗାଣ ଦାବି କରିଛନ୍ତି, ନଚେତ୍ କିଶୋରନଗର ବ୍ଲକ ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।