ମୁଖ୍ୟ ଖବର

ପୋଖରୀ ଖୋଳାରେ ଅନିୟମିତତା: ମଣିଷ ବଦଳରେ ମେସିନ୍ କରୁଛି ମନରେଗା କାମ

By Angul TV Bureau

May 27, 2025

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଶଂଖପୁର ପଞ୍ଚାୟତରେ ମଣିଷଙ୍କ କାମ କରୁଛି ମେସିନ୍। ମନରେଗା ଯୋଜନାରେ ଆସିଥିବା କାମକୁ ଏଠାରେ ମେସିନ ଦ୍ୱାରା କରାଯାଉଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ଖାଲଗାଁ ଠାରେ ଅମୃତ ସରୋବର ଯୋଜନାରେ ଏକ ପୋଖରୀ ଖନନ କାର୍ଯ୍ୟ ଜାରି ରହିଛି। ଅନୁଗୁଳ ବ୍ଲକ ଶଙ୍ଖପୁର ପଞ୍ଚାୟତ ନିଜେ ଏହି କାର୍ଯ୍ୟ ନିର୍ବାହ କରୁଛି। ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କାମ ଚାଲିଛି। କିନ୍ତୁ ଏଠାରେ ମଣିଷ ବଦଳରେ ମେସିନ ଲାଗି କାର୍ଯ୍ୟ କରାଯାଉଥିବା ଦେଖାଯାଇଛି।

ଏ ନେଇ ସରପଞ୍ଚଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆମର କୌଣସି କାର୍ଯ୍ୟ ମେସିନ ମାଧ୍ୟମରେ ହେଉନାହିଁ। ସବୁ କାମ ଶ୍ରମିକ କରୁଛନ୍ତି ବୋଲି ସରପଞ୍ଚ କହିଛନ୍ତି।