ମୁଖ୍ୟ ଖବର

ବେକାରୀ ଓ ପ୍ରଦୂଷଣ ସମସ୍ୟା: ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବଡ଼ଯୋରଡ଼ା ଗ୍ରାମବାସୀ

By Angul TV Bureau

August 25, 2026

ଅନୁଗୋଳ: ମୌଳିକ ସୁବିଧାରୁ ବଞ୍ଚିତ ଏବଂ ପ୍ରଦୂଷଣ ଜନିତ ସମସ୍ୟାର ସମାଧାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି ଅନୁଗୋଳ ଜିଲ୍ଲା ବଡ଼ଯୋରଡ଼ା ଗ୍ରାମର ଶତାଧିକ ଗ୍ରାମବାସୀ।

ଦୀର୍ଘଦିନ ହେବ ଗ୍ରାମରେ ବେକାରୀ ସମସ୍ୟା ଗୁରୁତର ରୂପ ନେଇଥିବା ବେଳେ ଶିଳ୍ପାଞ୍ଚଳରୁ ବାହାରୁଥିବା ଧୂଳି ଓ ଧୂଆଁ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରଦୂଷଣ କାରଣରୁ ଅଞ୍ଚଳର ଲୋକେ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ତେଣୁ ବେକାରୀ ସମସ୍ୟାର ସମାଧାନ ସହ ଗ୍ରାମରେ ପାନୀୟ ଜଳ, ସ୍ୱାସ୍ଥ୍ୟ ଏବଂ ପରିବେଶ ସୁରକ୍ଷା ଭଳି ମୌଳିକ ସୁବିଧା ତୁରନ୍ତ ଯୋଗାଇଦେବାକୁ ଦାବିପତ୍ରରେ ଦର୍ଶାଯାଇଛି। ଯଦି ପ୍ରଶାସନ ପକ୍ଷରୁ ଶୀଘ୍ର ଏହାର କୌଣସି ସ୍ଥାୟୀ ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ଗ୍ରାମବାସୀ ବାଧ୍ୟହୋଇ ବୃହତର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।