ମୁଖ୍ୟ ଖବର

BSKY ରେ ମୋତିଆ ବିନ୍ଦୁ ଅପରେସନ ପରେ ଦୃଷ୍ଟିଶକ୍ତି ହରାଇଲେ ଈଶ୍ୱର, ସହାୟତା ଯୋଗାଇବାକୁ ନିବେଦନ

By Sanjeeb Biswal

November 28, 2022

ଅନୁଗୁଳ: ମୋତିଆ ବିନ୍ଦୁ ଅପରେସନ ପରେ ଦୃଷ୍ଟି ଶକ୍ତି ହରାଇଛନ୍ତି ଛେଣ୍ଡିପଦା ତହସିଲ ନିକଟରେ ରହୁଥିବା ଈଶ୍ୱର ଚନ୍ଦ୍ର ବାଘ। ଈଶ୍ୱର ଚଳିତବର୍ଷ ଅଗଷ୍ଟ ୨୩ରେ ଅନୁଗୁଳଏ ଏକ ଆଖି ହସ୍ପିଟାଲରେ ବାମ ଆଖିର ମୋତିଆ ବିନ୍ଦୁ ଅପରେସନ କରିଥିଲେ। ତା ପରଠୁ ତାଙ୍କ ଆଖିକୁ ଆଉ ଦିଶୁ ନାହିଁ। ଏଣୁ ଗତ ୨୪ ତାରିଖରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ଦେଖାଇଥିଲେ। କିନ୍ତୁ ସେ ଆଉ ଦେଖିପାରିବେ ନାହିଁ ବୋଲି ସେଠାରେ ଡାକ୍ତର ତାଙ୍କୁ କହିଛନ୍ତି।

ଈଶ୍ୱର ତହସିଲ ଅଫିସ ନିକଟରେ ଝୁମ୍ପୁଡ଼ି ହୋଟେଲ କରି ୪ ପ୍ରାଣୀ କୁଟୁମ୍ବ ଚଳାଉଥିବାରୁ ଏବେ ଆଖି ହରେଇବା ସହ ରୋଜଗାର ବି ହରାଇଛନ୍ତି।ତେବେ ଏହି ଅପରେସନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅର୍ଥ ରାଶିରେ ସ୍ୱୀକୃତିପ୍ରାପ୍ତ ହସ୍ପିଟାଲରେ ହୋଇଥିବାରୁ ତାଙ୍କୁ କ୍ଷତି ପୂରଣ ଦେବା ସହ ପରିବାର ଚଳାଇବା ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।