ଘଟଣା ଓ ଦୁର୍ଘଟଣା

ମେଡ଼ିକାଲରେ ଆଇ.ଲଭ.ୟୁ କହିବା ମହଙ୍ଗା ପଡ଼ିଲା

By Biswaranjan Pattnaik

June 23, 2024

ଅନୁଗୁଳ: ବାପାଙ୍କ ଚିକିତ୍ସା କରାଇବାକୁ ଅନୁଗୁଳ ଡାକ୍ତରଖାନା ଆସି ସୁନ୍ଦରୀ ଝିଅ ଦେଖି ଆଇ.ଲଭ.ୟୁ କହିବା ପୁଅ ପାଇଁ ବେଶ୍ ମହଙ୍ଗା ପଡ଼ିଛି। ବାପାର ହାଇଡ୍ରଶିଲ ଅପରେସନ ପାଇଁ ଅନୁଗୋଳ ଡାକ୍ତରଖାନାକୁ ଆସିଥିବା ପୁଅ ଆଜି ସନ୍ଧ୍ୟାରେ କାଯୁଆଲିଟୀକୁ ଆସିଥିଲେ। ଟିକେଟ କରି ୱେଟିଂ ହଲରେ ବସି ଥିବା ବେଳେ ହଠାତ୍ ବାପାକୁ ଛାଡ଼ି ପାଉଚ୍ ପକାଇବା ପାଇଁ ବାହାରକୁ ପଳାଇଥିଲେ।

ସେଠୁ ଆସିବା ପରେ ତାଙ୍କର ମୁଡ୍ ରଙ୍ଗିଲା ହୋଇଯାଇଥିଲା। କାଯୁଆଲିଟୀରେ ଜଣେ ଝିଅ ବସିଥିବା ଦେଖି ତା ପାଖ ଚୌକିରେ ବସିଥିଲା ଯୁବକ ଜଣକ। ତା ପରେ ଝିଅକୁ ମୌକା ଦେଖି ଆଇ.ଲଭ.ୟୁ କହିଥିଲା ବାରମ୍ବାର ଏଭଳି କହିବାରେ ଝିଅ ତା ଭାଇକୁ କହିଥିଲା। ଭାଇ ସେଠାରେ ଥିବା ନିରାପତ୍ତା ରକ୍ଷୀ ସୁପର୍ଭାଇଜରଙ୍କୁ କହିଥିଲା। ସୁପର୍ଭାଇଜର ଯୁବକ ଜଣକୁ ଧରି ଫାଣ୍ଡି ଭିତରେ ପୁରାଇbଭଲ କରି କୁନ୍ଦି ଦେଇଥିଲେ।

ଶେଷରେ ଯୁବକ ଜଣକ ଭୁଲ୍ ମାଗି ନିଜ ରୋଗୀଣା ବାପାକୁ ଧରି ମେଡ଼ିକାଲ ଭିତରକୁ ଯାଇଥିଲା ।