ଅନ୍ୟାନ୍ୟ

୪ ଦିନ ହେଲା ୪୦ ପରିବାର ଅନ୍ଧାରରେ

By Angul TV Bureau

February 03, 2021

ବଇଣ୍ତା: କିଶୋରନଗର ବ୍ଲକ ଲୁହାମୁଣ୍ତା ପଞ୍ଚାୟତ କୁଶବଣିଆ ସାହିର ୪୦ଟି ବିପିଏଲ୍‌ ପରିବାର ଗତ ଶନିବାରଠାରୁ ଅନ୍ଧାରରେ ରାତି କାଟୁଛନ୍ତି। କୁଶବଣିଆ ସାହିର ଉପଭୋକ୍ତା ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିନଥିବାରୁ ସ˚ଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଏ ସମ୍ପର୍କରେ ବଇଣ୍ତା ବିଦ୍ୟୁତ୍‌ ସେକ୍ସନ୍‌, ଟାଟା ପାୱାର ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିଃ କନିଷ୍ଠ ଯନ୍ତ୍ରୀ ପଙ୍କଜ ଖିଲାରଙ୍କ ସହ ଯୋଗାଯୋଗ କରିବାରୁ ୧୦ ହଜାର ଟଙ୍କାରୁ ଅଧିକ ବିଲ୍‌ ଥିବା ଉପଭୋକ୍ତାଙ୍କୁ ଦେୟ ପୈଠ ପାଇଁ ନୋଟିସ୍‌ ଦିଆଯାଇଥିଲା। ଦେୟ ପୈଠ ନକରିବାରୁ ସେମାନଙ୍କ ବିଦ୍ୟୁତ୍‌ ସ˚ଯୋଗ କାଟିଦିଆଯାଇଛି ବୋଲି ସୂଚନା ଦେଇଥିଲେ।