କଳା ଓ ସଂସ୍କୃତି

ତାଳ ଟାକୁଆ ଓ କୁରୁଟରେ ଜଗନ୍ନାଥଙ୍କ,ବଳଭଦ୍ର, ସୁଭଦ୍ରାଙ୍କ ଚିତ୍ର ଆଙ୍କିଲେ ରଜତ

By Angul TV Bureau

July 09, 2022

ଅନୁଗୁଳ: ଆଜି ବାହୁଡ଼ା ଯାତ୍ରା ଉପଲକ୍ଷେ ତାଳ ଟାକୁଆ ଓ ତାଳର କୁରୁଟ ଏବଂ ବିଭିନ୍ନ ରଙ୍ଗରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଚିତ୍ର ଆଙ୍କିଛନ୍ତି ବଅଁରପାଳ ବ୍ଲକ ଗାଙ୍ଗିଯୋଡ଼ି ଗାଁର ରଜତ ରଞ୍ଜନ ନାଥ।

ପୂର୍ବରୁ ରଜତ ୟମୁନ ପର୍ବତରେ ଚଢ଼ି ୧୬,୦୦୦ଫୁଟ ଉପରେ ପଥର ଦେହରେ ଜଗତର ନାଥ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଓ ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀଙ୍କ ଚିତ୍ର ଆଙ୍କିଥିଲେ।

କିନ୍ତୁ ଏହି କଳାକାରଙ୍କୁ ପ୍ରଶାସନ ପକ୍ଷରୁ ଏବେ ଯାଏଁ କୌଣସି ସହାୟତା ମିଳିନାହିଁ। ରଜତଙ୍କ ଉପରେ ଏବେ ଯାଏଁ କୌଣସି ସରକାରୀ ଅଧିକାରୀଙ୍କ ନଜର ପଡ଼ିନାହିଁ। ଏଣୁ ସେ ଆଗକୁ ବଢ଼ିପାରୁନାହାନ୍ତି। ତେଣୁ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।