ମୁଖ୍ୟ ଖବର

ଜଗନ୍ନାଥ ମନ୍ଦିର ଚୋରି ମାମଲା: ଦୁଇ ଦୋଷୀଙ୍କୁ ଜେଲ୍‌ ଦଣ୍ଡ

By Angul TV Bureau

October 10, 2026

ଅନୁଗୋଳ: ଅନୁଗୋଳର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଚୋରି ମାମଲାରେ ଏସ୍‌ଡିଜେଏମ୍‌ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ କର୍ମୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଚୋରି ସାମଗ୍ରୀ ରଖିଥିବା ଲକ୍ଷ୍ମୀ ନାରାୟଣ ନାୟକଙ୍କୁ ୬ ମାସ ସଶ୍ରମ କାରାଦଣ୍ଡ ଦିଆଯାଇଛି।

ବିଚାରପତି ବନିଲ କୁମାର ଖଟୋଇ ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କୁ ବିଭିନ୍ନ ଧାରାରେ ଜେଲ୍‌ ଦଣ୍ଡ ସହ ମୋଟ ୧୫ ହଜାର ଟଙ୍କା ଜରିମାନା ଏବଂ ଅନ୍ୟ ଦୋଷୀଙ୍କୁ ୩ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।ଅନୁଗୋଳ ଥାନାରେ ଏହି ଘଟଣାକୁ ନେଇ ୨୦୨୫ରେ କେସ୍‌ ନଂ ୪୬/୨୦୨୫ ରୁଜୁ ହୋଇଥିଲା। ମାମଲାର ବିଚାର ସମୟରେ ଅଭିଯୋଗ ପକ୍ଷରୁ ୧୮ ଜଣ ସାକ୍ଷୀଙ୍କ ବୟାନ ଏବଂ ୯ଟି ସାମଗ୍ରୀକ ପ୍ରମାଣ ଉପସ୍ଥାପନ କରାଯାଇଥିଲା। ଏପିପି ସିଦ୍ଧାର୍ଥ କୁମାର ରାୟସିଂହ ମାମଲା ପରିଚାଳନା କରିଥିବା ବେଳେ ଏସ୍‌ଆଇ ଆଶିଷ କୁମାର ସ୍ୱାଇଁ ତଦନ୍ତ କରିଥିଲେ।