ମୁଖ୍ୟ ଖବର

ଷଷ୍ଠ ଦିନରେ ସଚେତନ ନାଗରିକ ସଂଘର ଗଣଧାରଣା: ଜାତୀୟ ରାଜପଥର ସୁରକ୍ଷା ପାଇଁ ଯଜ୍ଞ ଆୟୋଜିତ

By Angul TV Bureau

January 22, 2024

ଅନୁଗୁଳ: ଜାତୀୟ ରାଜପଥର ସମସ୍ୟା ନେଇ ଅନୁଗୁଳ ଷ୍ଟାଡିୟମ ଫାଟକ ସାମ୍ନାରେ ଚାଲିଥିବା ଗଣଧାରଣା ସୋମବାର ଷଷ୍ଠ ଦିନରେ ପହଞ୍ଚିଛି। ଆଜି ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅବସରରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଜାତୀୟ ରାଜପଥ ସୁରକ୍ଷା ନିମନ୍ତେ ଅନୁଗୁଳ ସଚେତନ ନାଗରିକ ପକ୍ଷରୁ ଗଣଧାରଣା ସ୍ଥଳରେ ଯଜ୍ଞ କର୍ମ ଅନୁଷ୍ଠିତ ହୋଇଥିଲା। ଏ ଅବସରରେ ପ୍ରଭୁ ଯଜ୍ଞ ନାରାୟଣ ରାଜପଥ ନିମନ୍ତେ ଉତ୍ତରଦାୟୀ ଥିବା କେନ୍ଦ୍ରମନ୍ତ୍ରୀ, ଲୋକପ୍ରତିନିଧି,ନେତା ଓ ଅଧିକାରୀଙ୍କୁ ସଦବୁଦ୍ଧି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା।

ଆସନ୍ତା ଗୁରୁବାର ଗଣଧାରଣା ସ୍ଥଳରେ ସାଧାରଣ ସଭା ଆୟୋଜନ ହେବ ବୋଲି ଅନୁଗୁଳ ସଚେତନ ନାଗରିକ ସୂଚନା ଦେଇଛି। ଏଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେବାକୁ ଅନୁରୋଧ କରାଯାଇଛି।