ଅନ୍ୟାନ୍ୟ

ସେଣ୍ଟ ଜନ୍ସ ଅନନ୍ତ ଆମ୍ବୁଲାନ୍ସ ଡ଼ିଭିଜନ ପକ୍ଷରୁ ଜଳଛତ୍ର ଶୁଭାରମ୍ଭ

By Angul TV Bureau

May 12, 2024

ଅନୁଗୁଳ: ତାଳଚେରରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସେଣ୍ଟ ଜନ୍ସ ଅନନ୍ତ ଆମ୍ବୁଲାନ୍ସ ଡ଼ିଭିଜନ ପକ୍ଷରୁ ଏକ ଜଳଛତ୍ର ଶୁଭାରମ୍ଭ ହୋଇଯାଇଛି। ଏମସିଏଲର ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠାନର ଡ଼ିଭିଜନାଲ କମାଣ୍ଡର ପ୍ରଦୀପ୍ତ କୁମାର ସ୍ବାଇଁ ଏବଂ ଆମ୍ବୁଲାନ୍ସ ଅଫିସର ପଞ୍ଚୁ ସାହୁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ (ଅତିରିକ୍ତ) ହନୁମନ୍ତ ସଲୋଙ୍କେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ(କାର୍ମିକ) ମାନସ କୁମାର ଜେନା, ଦିବାକର ମାଝି, ଜୟ ପ୍ରକାଶ, ପି.ସି ଦଳେଇ, ପି.କେ ମିଶ୍ର, ନିରାକାର ଶତପଥୀ, ଆର.ବି. ସିଂହ ଚୌହାନ,ଜଗନ୍ନାଥ କ୍ଷେତ୍ରର ଡାକ୍ତର ଶଶିଧର ପ୍ରସାଦ, ଜିଲ୍ଲା ରେଡକ୍ରସର ବରିଷ୍ଠ ସଦସ୍ୟ ବଳରାମ ପତି, ତୋଫାନ ଯୁବକ ସଂଘର ସଭାପତି ଧୀରେନ୍ଦ୍ର ଦାସ, ଶ୍ରମିକ ସଙ୍ଗଠନର ନେତା କ୍ଷୀରୋଦ ଚନ୍ଦ୍ର ବାରିକ, ରଞ୍ଜିତ ପ୍ରଧାନ, ସୁଧୀର ସାମଲ, ସଞ୍ଜୟ କୁମାର ବିଶ୍ଵକର୍ମା, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିଗଣ ଅନୁଷ୍ଠାନର ଏଭଳି ମହତ କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଥିଲେ। ତାଳଚେର ଏକ ଖଣି ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ଗ୍ରୀଷ୍ମ ଋତୁରେ ପ୍ରବଳ ଉତ୍ତାପ ବୃଦ୍ଧି ପାଇଥାଏ। ସେଥିପାଇଁ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ମାନଙ୍କରେ ପାନୀୟ ଜଳ ଯୋଗାଣ ଆବଶ୍ୟକ ପଡୁଥିବାରୁ ଅନୁଷ୍ଠାନ ପକ୍ଷରୁ ପ୍ରତି ବର୍ଷ ଏଭଳି ଜଳଛତ୍ର ବ୍ୟବସ୍ଥା କରା ଯାଇଥାଏ। ଚଳିତ ବର୍ଷ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଆଗାମୀ ଦୁଇ ମାସ ଯାଏଁ ଦୈନିକ ଉକ୍ତ ରାସ୍ତାରେ ଯାଆସ କରୁଥିବା ଜନ ସାଧାରଣ, ଛାତ୍ରଛାତ୍ରୀଙ୍କୁ ଲେମ୍ବୁ ପାଣି, ଦହି ପାଣି, ଥଣ୍ଡା ପାଣି,ଓଆରଏସ ପାଣି, ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ବ୍ରିଗ୍ରେଡ ସଦସ୍ୟ ବିଭୁତି ମହାରଣା, ଶୁଭକାନ୍ତ, ରଞ୍ଜିତ ସାହୁ, ବାବୁମଣି, ଆଶିଷ, ଆଶୁତୋଷ ସାହୁ,ପ୍ରତାପ, ସତ୍ୟବାଦୀ, ପିଣ୍ଟୁ, ବିଦ୍ୟାଧର,ସୁଶାନ୍ତ, ଶ୍ୟାମଦେଓ, ସୁବ୍ରତ, ଦୁଷ୍ମନ୍ତ, ସୁବ୍ରତ ପ୍ରଧାନ, ସୁମନ୍ତ, ଡିଲେଶ୍ୱର, ଦୀପକ, ଆଶୁତୋଷ, ରାକେଶ, ଅମିତ, ରୁଦ୍ର ମୋହନ, ସୁନିଲ, ରାଜେନ୍ଦ୍ର, ସରୋଜ, ସତ୍ୟ ନାରାୟଣ, ବାବୁଲା, ପ୍ରଦୀପ, ସୁଜିତ, ସନ୍ଦୀପ, ଦିଲୀପ, ସୁଜିତ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।