ଅନ୍ୟାନ୍ୟ

ହିଙ୍ଗୁଳା ଯାତ୍ରା ଉପଲକ୍ଷେ ମହାରାଣୀ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

By Biswaranjan Pattnaik

April 23, 2024

 

ଅନୁଗୁଳ: ବିଷ୍ଣୁ ଦମନକ ଚତୁର୍ଦ୍ଦଶୀ ତିଥିରେ ଆୟୋଜିତ ହେଉଥିବା ଗୋପାଳପ୍ରସାଦର ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଅବସରରେ କୁଇଓ ତାଳତୈଳା ଠାରେ ଏକ ଜଳଛତ୍ରର ଆୟୋଜନ କରାଯାଇଥିଲା। ମହାରାଣୀ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଜଳଛତ୍ରକୁ ବିଶିଷ୍ଟ ବ୍ୟବସାୟୀ ସତ୍ୟାନନ୍ଦ ଦଳବେହେରା ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷା ନିରୀକ୍ଷକ ବୃନ୍ଦାବନ ସ୍ୱାଇଁ,ଅଜିତ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଏ ଅବସରରେ ଗୋପାଳପ୍ରସାଦକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଥଣ୍ଡା ପାଣି,ଦହି ସରବତ, ଅରେଞ୍ଜ ସ୍କ୍ୱାସ୍,ତରଭୁଜ ଆଦି ବଣ୍ଟନ କରା ଯାଇଥିଲା।ଟ୍ରଷ୍ଟର ମୁଖ୍ୟ ଅଜୟ କୁମାର ଦଳବେହେରା ଓ ବିଶାଳ କୁମାର ଦଳବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।