ମୁଖ୍ୟ ଖବର

ଭାରତ ବିକାଶ ପରିଷଦ ଓ ଲାୟନ୍ସ କ୍ଳବ୍ ପକ୍ଷରୁ ଜଳଛତ୍ର

By Angul TV Bureau

May 23, 2024

ଅନୁଗୁଳ: ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ଭାରତ ବିକାଶ ପରିଷଦ, ଲାୟନ୍ସ କ୍ଳବ୍,ସମ୍ବାଦ ସାହିତ୍ୟ ଘର, ଅମ୍ମା ଭଗବାନ ସଂସ୍ଥା,ଚେତନା ସାହିତ୍ୟ ପରିଷଦ ପକ୍ଷରୁ ଗତ ପ୍ରାୟ ଏକ ମାସ ଧରି ଚାଲି ଆସିଥିବା ଜଳ ବିତରଣ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଉଦଯାପିତ ହୋଇଯାଇଛି। ଅବସରପ୍ରାପ୍ତ ସିଡିଏମଓ ତଥା ଚିନ୍ମୟ ମିଶନର ବରିଷ୍ଠ ପ୍ରବଚକ ଡ଼ା ଉମେଶ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ଅଙ୍ଗଦାନ,ରକ୍ତଦାନ ପରେ ଜଳ ଦାନ ସବୁଠାରୁ ପୁଣ୍ୟ ବୋଲି ଡ଼ା ଦାସ ମତ ରଖିଥିଲେ। ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଜଳ ବିତରଣ କାର୍ଯ୍ୟକ୍ରମରେbଅଂଶ ଗ୍ରହଣ କରିଥିବା ସମସ୍ତ ସହଯୋଗୀ ସଂସ୍ଥାକୁ ଧନ୍ୟବାଦ୍ ଦେବା ସହ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ଉଲ୍ଲେଖ କରିଥିଲେ ।

ଏ ଅବସରରେ ମୁଖ୍ୟ ଅତିଥି ଡ଼ା ଦାସ ଏବଂ ଅନୁଗୁଳ ଟିଭିର ବରିଷ୍ଠ ସାମ୍ବାଦିକ ବିଶ୍ବରଂଜନ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ଲାୟନ୍ସ କ୍ଲବ ଅନୁଗୁଳ ଶାଖାର ବରିଷ୍ଠ ସଦସ୍ୟ ବଜରଙ୍ଗଲାଲ ଅଗରୱାଲ୍,ମନ୍ମଥ ଦାସ,ସମାଜସେବୀ ବିଜୟ ମୋଦି,ଶିକ୍ଷାବିତ୍ ସରୋଜ ପାଣିଗ୍ରାହୀ,ଅସିତ୍ ପଟ୍ଟନାୟକ,ଗୋଲାପ ନନ୍ଦ, ଗୀତାମୟୀ ମହାପାତ୍ର,ଶୈଳେଶ ଚନ୍ଦ୍ର ଦାସଗୁପ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କେନ୍ଦ୍ରରେ ପ୍ରତିଦିନ ଥଣ୍ଡା ପାଣି ସହ ସରବତ,ଦହି ପଣା,ଆମ୍ବ ପଣା ଆଦି ପ୍ରଦାନ କରାଯାଇଥିଲା ।

ସେହିଭଳି ଜଳ ବିତରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ସଭ୍ୟଙ୍କୁ ଲାୟନ୍ସ କ୍ଳବ୍ ପକ୍ଷରୁ ପ୍ରମାଣ ପତ୍ର ଦିଆ ଯାଇଥିଲା।