ଘଟଣା ଓ ଦୁର୍ଘଟଣା

ଜମିବାଡ଼ି ବିବାଦ ପାଇଁ ଦାଦାକୁ ଖଣ୍ଡାରେ ହାଣିଲେ, ବଞ୍ଚାଇବାକୁ ଯାଇ ଝିଆରୀ ଆହତ

By Angul TV Bureau

February 13, 2023

ବଅଁରପାଳ : ବଅଁରପାଳ ଥାନା ଭୋଗବେରେଣୀ ଗ୍ରାମ ଚାଇଁପାଳ ଅଞ୍ଚଳର ଜଣଙ୍କୁ ଖଣ୍ଡାରେ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ସୁରେନ୍ଦ୍ର ଦାସ ବୋଲି ଜଣାଯାଇଛି।

ଅଭିଯୋଗ ଅନୁଯାୟୀ ଆଜି ପୂର୍ବାହ୍ନରେ ନିଜ ଘର ରାସ୍ତା ଦେଇ ଯିବା ସମୟରେ ସୁରେନ୍ଦ୍ର ଦେଖିଲେ ଯେ ଆରଆଇଙ୍କ ଦ୍ଵାରା ଜାଗା ଚିହ୍ନଟ ହୋଇ ପୋତା ଯାଇଥିବା ପଥରକୁ କେହି ଓପାଡି ରାସ୍ତାରେ ପକାଇ ଦେଇଛି। ଉକ୍ତ ପଥରକୁ ରାସ୍ତାରୁ ଉଠାଇବା ବେଳେ ଗ୍ରାମର ବିଷ୍ଣୁ ଦାସ, ସାନୁ ଦାସ, ଗୌରୀ ଦାସ, ସରସ୍ୱତୀ ଦାସ, ପ୍ରତିମା ଦାସ ମିଳିତ ହୋଇ ବିଭିନ୍ନ ଖଣ୍ଡା, ବିଭିନ୍ନ ହତିଆର ଓ ପଥରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସୁରେନ୍ଦ୍ର ଦାସଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ସୁରେନ୍ଦ୍ରଙ୍କୁ ଉଦ୍ଧାର କରିବା ପାଇଁ ଦୌଡ଼ି ଆସିଥିବା ତାଙ୍କ ଝିଆରୀକୁ ମଧ୍ୟ ଉକ୍ତ ବ୍ୟକ୍ତି ମାନେ ପିଟାପିଟି ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏ ସମ୍ପର୍କରେ ବଅଁରପାଳ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି।