ଅନୁଗୁଳ: ଆଜି ବଅଁରପାଳ ସ୍ଥିତ ସିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ବିଜେଡିିର ଏକ ଜନସମ୍ପର୍କ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ସାଂସଦ ମହେଶ ସାହୁ ଯୋଗ ଦେଇ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ, ଓଡ଼ିଶା ସରକାର ଓ ସାଂସଦ ପାଣ୍ଠିର ଅର୍ଥରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ। ବିଶେଷ କରି ନାଲକୋ, ଟାଟା ଓ ପାଓ୍ବାର ଗ୍ରୀଡ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକର ପାରିପାର୍ଶ୍ବିକ ଗାଁଗୁଡିକରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଓ ସିଏସ୍ଆର ପାଣ୍ଠିରୁ ପାରିପାର୍ଶ୍ବିକ ଗାଁଗୁଡିକରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ସାଂସଦଙ୍କ ଜନ ସମ୍ପର୍କ ପ୍ରତିନିଧି ନରେଶ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାଂସଦଙ୍କ ପ୍ରତିନିଧି ଭକ୍ତି ପ୍ରସାଦ ଦାସ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଓ ସାଂସଦଙ୍କ ମ୍ୟୁନିସିପାଲିଟି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ରାଉତ ସାମିଲ ହୋଇ ଓଡ଼ିଶା ସରକାର ଓ ସାଂସଦଙ୍କ ଜନସମ୍ପର୍କ ଅଭିଯାନ ବିଷୟରେ ଉଦବୋଧନ ଦେଇଥିଲେ।
କାର୍ଯ୍ୟକ୍ରମରେ ବନ୍ଦା ପଞ୍ଚାୟତ ସମିତି ସଭ୍ୟ ଦୁଷ୍ମନ୍ତ ଗଡନାୟକ, ତଳମୂଳ ଶାସନ ସମିତି ସଭ୍ୟା ମୋନାଲିସା ସାହୁ, ଫୁଲପଡା ସମିତିସଭ୍ୟା ବିଦ୍ୟୁତଲତା ବେହେରା, ମହିଧରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିନୋଦ କୁମାର ବେହେରା, ତଳମୂଳ ପୂର୍ବତନ ସରପଞ୍ଚ ଯୁଧିଷ୍ଠିର ବେହେରା, ବନ୍ଦା ପଞ୍ଚାୟତର ବରିଷ୍ଠ ବିଜେଡି ନେତା ଅଦୈତ ପ୍ରସାଦ ସାହୁ ଓ ତୁଳସୀପାଳର ଅଜୟ ସାହୁ ସାମିଲ ହୋଇଥିଲେ।
ବୈଠକରେ ସାଂସଦଙ୍କ ବଅଁରପାଳ ବ୍ଲକର ସମ୍ପର୍କ ସଂଯୋଜକ ଭାବେ ଦୁଷ୍ମନ୍ତ ଗଡ଼ନାୟକ, ସଂଗ୍ରାମ ସଂଯୋଜକ ଭାବେ ନରେଶ ବେହେରା ଓ ଯୁଗ୍ମ ସମ୍ପର୍କ ସଂଯୋଜକ ଭାବେ ବିନୋଦ ପ୍ରଧାନଙ୍କୁ ଦାୟିତ୍ବ ଦିଆଯାଇଛି। କାର୍ଯ୍ୟକ୍ରମରେ ବଅଁରପାଳ ବ୍ଲକର ବିଭିନ୍ନ ପଞ୍ଚାୟତର ବିଜୁ ଯୁବ ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଯୋଗ ଦେଇଥିଲେ।