ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ସୁଶବନାଳୀ ଜାନକୀ ମୁଣ୍ଡା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ହତ୍ୟା କରିଥିବା ଅଭିଯୋଗରେ ଯାଆ ଓ ପୁତୁରା ଗିରଫ ହୋଇଛନ୍ତି। ଗତ ମଙ୍ଗଳବାର ଦିନ ଜାନକୀ ମୁଣ୍ଡାଙ୍କ ମୃତଦେହ ଘରପାଖ କେନ୍ଦୁପତ୍ର ଫଡ଼ିରୁ ଉଦ୍ଧାର ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜାନକୀଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା। ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ।
ପୂର୍ବରୁ ଜାନକୀଙ୍କ ସହ ଯାଆ ଜେମା ମୁଣ୍ଡା ଓ ତାଙ୍କ ପୁଅ ଦୁର୍ଲ୍ଲଭଙ୍କ ଶତ୍ରୁତା ଥିଲା। ଗତ ସୋମବାର ଜାନକୀ ଯାଆ ଜେମାଙ୍କ ସହ କୌଣସି କାମରେ ନିକଟସ୍ଥ ଚକ୍ରସାହିକୁ ଯାଇଥିଲେ। ଦୁଇ ଯାଆ ରାସ୍ତାରେ ଫେରିବା ବେଳେ ଜେମା ଓ ଦୁର୍ଲ୍ଲଭ ମିଶି ଟାଙ୍ଗିଆରେ ଜାନକୀଙ୍କୁ ଆକ୍ରମଣ କରିଥିଲେ। ମୃତଦେହକୁ ପତ୍ର ଫଡ଼ି ନିକଟ ଏକ ବୁଦାରେ ଲୁଚାଇ ଦେଇଥିଲେ। ପୋଲିସ ତଦନ୍ତ ପରେ ବ୍ୟବହୃତ ଟାଙ୍ଗିଆକୁ ଦୁର୍ଲ୍ଲଭଙ୍କ ଘରୁ ଜବତ କରିବା ପରେ ଅଭିଯୁକ୍ତ ମାଆ ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି।