ଅନୁଗୁଳ : ଅନୁଗୁଳରେ ପୁଣି ଉତ୍ପାତ ହେଲେଣି ଜଙ୍ଗଲୀ ହାତୀ। ସ୍ଥାନୀୟ ବଅଁରପାଳ ବ୍ଲକ ବଉଳିଗଡ଼ ପାଣି ଫ୍ୟାକ୍ଟ୍ରି ନିକଟରେ ଜଙ୍ଗଲୀ ହାତୀ ପଲ ରହିଥିବା ଖବର ମିଳିଛି। ଏହି ହାତୀ ପଲ ଭୟରେ ଲୋକେ ଆଉ ଶାନ୍ତିରେ ରହିପାରୁନାହାନ୍ତି। ସଞ୍ଜ ନଇଁଲେ ସ୍ଥାନୀୟ ଅଞ୍ଚଳରେ ଗାଁ ଗାଁରେ ହାତୀ ଭୟ ଦେଖା ଦେଉଛି। ହାତୀପଲ ଯୁଆଡ଼େ ଯାଉଛନ୍ତି ସିଆଡ଼େ ଫସଲକୁ ଦଳି ଚକଟି ନଷ୍ଟ କରୁଛନ୍ତି। ଏବେ ଫସଲ ଅମଳ ସମୟ ହୋଇଥିବାରୁ ଭୟରେ ବିଲ ଜଗି ବସୁଛନ୍ତି ଚାଷୀ। ଏନେଇ ବନ ବିଭାଗକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସେମାନେ ନିଦା ବିଷ୍ଣୁ ସାଜିଛନ୍ତି। ଏଣୁ ହାତୀଙ୍କ ପାଇଁ ସବୁ ଗାଁରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏନେଇ ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।