କଳା ଓ ସଂସ୍କୃତି

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଧୁମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

By Angul TV Bureau

September 06, 2023

ଅନୁଗୁଳ: ସ୍ଥାନୀୟ ଗାନ୍ଧୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଜନ୍ମାଷ୍ଟମୀ ଉତ୍ସବ ମହାଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୁରୁଣାଗଡ଼ ମାଣିକ ଯୋଡ଼ି ଆଶ୍ରମ ମହନ୍ତ ସ୍ଵାମୀ ଧିରେନ୍ ଶ୍ରୀ ଚୈତନ୍ୟ ଜି ଉପସ୍ଥିତ ରହି ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନୀ ସମ୍ଵନ୍ଧରେ ଅଭିଭାଷଣ ରଖିଥିଲେ। ଅନ୍ୟତମ ଅତିଥି ଭାବେ ନିତାଇ ଚନ୍ଦ୍ର ପାଲା, ସମ୍ଭାଗ ସଂଯୋଜକ ମଧୁସୂଦନ ବାରିକ, ସଙ୍କୁଳ ପ୍ରମୁଖ ସାଧୁ ଚରଣ ପ୍ରଧାନ, ବିଦ୍ୟାଳୟର ସମ୍ପାଦକ ଧନେଶ୍ବର ନାଏକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ପରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଫଟୋରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଦୁଇ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶ ହୋଇଥିଲେ। ଶେଷରେ ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ବିପ୍ରଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।