କ୍ରୀଡ଼ା

ଜରପଡ଼ା ପତିତପାବନ ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ଉଦଯାପିତ

By Sanjeeb Biswal

January 13, 2023

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ୍ ଜରପଡ଼ା ପତିତପାବନ ଯୁକ୍ତ ଦୁଇ କଲେଜ ପରିସରରେ ଚାଲିଥିବା ବାର୍ଷିକ କ୍ରୀଡ଼ା ଶୁକ୍ରବାର ଅପରାହ୍ନରେ ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜରପଡ଼ା କଲେଜ ଅଧ୍ୟକ୍ଷ ଜଗବନ୍ଧୁ ସାହୁ ଯୋଗ ଦେଇଥିଲେ। ଅତିଥି ପ୍ରଥମେ କଲେଜର ପ୍ରତିଷ୍ଠାତା ସ୍ବର୍ଗତ ବାଳକୃଷ୍ଣ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ପରେ ବାର୍ଷିକ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ସବରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମାନେ ଯୋଗଦେଇଥିଲେ। କ୍ରୀଡ଼ା ଶିକ୍ଷକ ରଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।