କ୍ରୀଡ଼ା

ଜରାସିଂହା କ୍ରିକେଟ କପ୍- ୨୦୨୫: ପରଙ୍ଗକୁ ହରାଇ ଚନ୍ଦ୍ରବାହାଳ ଚାମ୍ପିୟନ

By Angul TV Bureau

February 28, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଜରାସିଂହା ଗ୍ରାମର କୁସୁମବାବା ଖେଳ ପଡ଼ିଆରେ ଆୟୋଜିତ ଜରାସିଂହା କ୍ରିକେଟ କପ- ୨୦୨୫ରେ ପରଙ୍ଗକୁ ହରାଇ ଚନ୍ଦ୍ରବାହାଳ ଚାମ୍ପିୟନ ହୋଇଛି।

ଫାଇନାଲ ମ୍ୟାଚ ଓ ପୁରସ୍କାର ବିତରଣ ଉତ୍ସବରେ ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ତପନ ଦେବତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରୋଜ ଦେବତା, ପୂର୍ବତନ ସରପଞ୍ଚ ମେଳାପ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ଚନ୍ଦ୍ର ନାୟକ, ବିଜେପି ମଣ୍ଡଳ ସଭାପତି ରୁଦ୍ର ମୋହନ ଦାସ, ଜିତୁ ସାହୁ, ରଞ୍ଜନ ସ୍ୱାଇଁ, ଦୁଷ୍ମନ୍ତ ନାୟକ, ପ୍ରମୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଫାଇନାଲ ମ୍ୟାଚ ପରିଚାଳନାରେ ଅମ୍ପାୟାର ପ୍ରଦ୍ୟୁମ୍ନ ସ୍ୱାଇଁ, ସୌମ୍ୟ ରଞ୍ଜନ ସ୍ୱାଇଁ, ବୁବୁ ସାହୁ ଏବଂ ବଳିଆ ସାହୁ ସହଯୋଗ କରିଥିଲେ।ଜରାସିଂହା ଗ୍ରାମର ‘ମର୍ନିଂ ଷ୍ଟାର ବଏ’  ପକ୍ଷରୁ ୧୯ ତାରିଖ ଠାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଏଥିରେ ମହିତଇଳା, ସାନକେରେଜାଙ୍ଗ, ପରଙ୍ଗ, ଜରସିଂହା, ଗିରାଙ୍ଗ, ନୂଆହତା, ଗୋତମରା(କ), କୁମଣ୍ଡ, କର୍ଣ୍ଣପୁର, ଲିଙ୍ଗରାଯୋଡି ମଝିକା, ଚନ୍ଦ୍ରବାହାଳ, ଅରାହାଟ, ଡେରା, ଖଣ୍ଡହତା ଗୋତମରା(ଖ)ଗ୍ରାମ ପ୍ରମୁଖ କ୍ରିକେଟ ଟିମ ସାମିଲ ହୋଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ମର୍ନିଂ ଷ୍ଟାରକ୍ଲବର ଲକ୍ଷ୍ମୀ ନାରାୟଣ ସେଠୀ, ସୌମ୍ୟ ରଞ୍ଜନ ସାହୁ, ଶୁଭ କାନ୍ତ ସ୍ୱାଇଁ, ଜଗନ୍ନାଥ ସ୍ୱାଇଁ, ଗୋଲେଖ କୁମାର ନାୟକ, କିଶନ ସାହୁ, ଚନ୍ଦନ ସ୍ୱାଇଁ, ଟିକନ ସାହୁ, ବାପି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।