ଘଟଣା ଓ ଦୁର୍ଘଟଣା

ଭରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ଅଟୋ, ଜଣେ ଗୁରୁତର

By Sanjeeb Biswal

December 20, 2024

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ପୁଟଗାଡ଼ିଆ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଏକ ଅଟୋ ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇ ଚାଳକ ଗୁରରୁତର ଆହତ ହୋଇଛନ୍ତି।

ସୂଚନା ଯେ, କୋରଡ଼ା ଗାଁର ଭୋଲେଶ୍ଵର ସାହୁ ନିଜ ଯାତ୍ରୀବାହି ଅଟୋରେ ତାଙ୍କ ସ୍ତ୍ରୀଙ୍କୁ ବସାଇ ନାଉପଦା ଗାଁର ମାଟିଗାଡ଼ିଆ ସାହିକୁ ଆସୁଥିବା ବେଳେ ଜରପଡାରୁ ଛେଣ୍ଡିପଦା ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପୁଟଗାଡ଼ିଆ ପେଟ୍ରୋଲପମ୍ପ ନିକଟରେ ହଠାତ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ଚାଳକ ଭୋଲେଶ୍ଵର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ କୁନି ସାହୁଙ୍କର ମୁଣ୍ଡ ଫାଟି ଯାଇଥିଲା।

ସ୍ଥାନୀୟ ଲୋକେ ଆହତଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଭୋଲେଶ୍ଵରଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।