ମୁଖ୍ୟ ଖବର

ଜରପଡ଼ା ବନାଞ୍ଚଳର ଗଜମିତ୍ର, ଗଜସାଥୀ ଓ ସ୍କ୍ୱାର୍ଡ ମେମ୍ବରଙ୍କୁ ନେଇ କର୍ମଶାଳା: ଗଜସାଥୀଙ୍କୁ ବଣ୍ଟାଗଲା ପୋଷାକ, ଟର୍ଚ୍ଚ ଲାଇଟ୍

By Sanjeeb Biswal

January 02, 2025

 

ଅନୁଗୁଳ: ଆଜି ଜରପଡ଼ା ବନାଞ୍ଚଳର ଗଜମିତ୍ର, ଗଜସାଥୀ ଓ ସ୍କ୍ୱାର୍ଡ ମେମ୍ବରଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଛି। ଅନୁଗୁଳ ବନଖଣ୍ଡର ସରକାରୀ ବନ ସଂରକ୍ଷଣ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, ଜରପଡ଼ା ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ନାଏକ, ବନପାଳ ବସନ୍ତ ଗଡ଼ନାଏକ, ଜୀବ ବିଜ୍ଞାନୀ ମନୋରଞ୍ଜନ ପରିଡ଼ା ଓ ସମାଜ ସେବୀ ଚିନ୍ମୟୀ ଦାସଙ୍କ ସହ ବିଭାଗୀୟ କର୍ମଚାରୀ ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିଲେ।

ପ୍ରଥମେ ଗଜସାଥୀଙ୍କୁ ପୋଷାକ, ଟର୍ଚ୍ଚ ଲାଇଟ୍ ଇତ୍ୟାଦି ବିତରଣ କରାଯାଇଥିଲା। ଏହା ପରେ ବନାଞ୍ଚଳ କାର୍ଯ୍ୟାଳୟ ପରିସରରୁ ଏକ ବିଶାଳ ଶୋଭାଯାତ୍ରା ଜରପଡା ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ। ଶେଷରେ ଜୀବ ବିଜ୍ଞାନୀ ଶ୍ରୀ ପରିଡ଼ା ପ୍ରୋଜେକ୍ଟରେ ମାଧ୍ୟମରେ ଉପସ୍ଥିତ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ।