ଅନୁଗୁଳ: ଜାତୀୟ ଶିଶୁ କନ୍ୟା ଦିବସ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସୋମବାର ପାଳିତ ହୋଇଯାଇଛି । କନ୍ୟା ଭ୍ରୂଣ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟକୁ ସମାଜରୁ ବିଲୋପ କରିବା ନିମନ୍ତେ ଉଦ୍ଦିଷ୍ଟ ଆଇନକୁ କଡାକଡି ଭାବେ କାର୍ଯ୍ୟ କରିବା ହେଉଛି ଏହି ଦିବସର ମୁଳ ଲକ୍ଷ୍ୟ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇ କନ୍ୟା ସନ୍ତାନମାନଙ୍କର ସୁରକ୍ଷା ଓ ସେମାନଙ୍କର ଲାଳନ ପାଳନ ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରିବାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ବାରୋପ କରିଥିଲେ । ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରିଣୀ ଡା.ପୁର୍ଷମା ଉଦ୍ଗାତା ସମାଜରେ ଦେଖା ଦେଉଥିବା ଲିଙ୍ଗଗତ ସମସ୍ୟା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.ଧନଂଜୟ ବେହେରା ସମାଜ ଗଠନ ଦିଗରେ ମହିଳାମାନଙ୍କର ଦାୟିତ୍ବ ରହିଛି। ତାଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନ ପଇଁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା.ଦିଲ୍ଲୀପ ପଟ୍ଟନାୟକ ଶିଶୁ କନ୍ୟା ମାନଙ୍କର ସୁରକ୍ଷା, ଯତ୍ନ ଓ ସେମାନଙ୍କର ଅଧିକାର ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସହକାରୀ ଜନ ସ୍ବାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ ଓ ପିସିପିଏନଟିଡିର ପିଏ ପର୍ଶୁରାମ ପଣ୍ଡା ପରିଚାଳନା କରିଥିଲେ ।