କ୍ରୀଡ଼ା

ଜୟ ଦୁର୍ଗା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବଉଳିଗଡ଼କୁ ହରାଇ ଚାମ୍ପିଅନ ହେଲା ଛେଳିଆପଡ଼ା

By Angul TV Bureau

March 06, 2023

ଅନୁଗୁଳ: ସ୍ଥାନୀୟ ସୁସୁଡ଼ା ନବତୀର୍ଥ ପଡ଼ିଆରେ ଜୟ ଦୁର୍ଗା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ରେଞ୍ଜର ରୋଭର କ୍ଲବ୍ ଦ୍ବାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ। ରବିବାର ଫାଇନାଲ ମ୍ୟାଚ୍ ବଉଳିଗଡ଼ ଓ ଛେଲିଆପଡ଼ା ମଧ୍ୟରେ ହୋଇଥିଲା। ଏଥିରେ ଛେଳିଆପଡ଼ା ଚାମ୍ପିଅନ ହୋଇଥିଲା।

ଦିଲ୍ଲୀପ ଏବଂ ପପୁ ଅମ୍ପାୟାର ଭାବରେ ମ୍ୟାଚକୁ ପରିଚାଳନା କରିଥିଲେ। ସହଦେବ ସାହୁ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ। ଛେଳିଆପଡାର ଚିନ୍ମୟ ସାହୁ ବେଷ୍ଟ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ଏବଂ ଲାଲ ବେଷ୍ଟ ବୋଲର ବିବେଚିତ ହୋଇଥିଲେ।

ଉଦଯାପନୀ ସମାରୋହରେ ଅନୁଗୁଳର ସମାଜସେବୀ ପର୍ଶୁରାମ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ସୁସୁଡାର ବିଶିଷ୍ଟ ବ୍ୟବସାୟୀ ମୁନା ସାହୁ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ରେଞ୍ଜର ରୋଭର୍ କ୍ଲବର ଟୁବୁ, ରକି, ସନୁ, ରାଜେନ୍ଦ୍ର, ସନି, ଲିପୁ, ପିଙ୍କୁ, ବାବୁଲି, ପପୁ, ଲିଙ୍କନ, ବାପି, ବାବୁଲ, ଲିଜନ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ଅନୁଗୁଳର ଥିରୁମାଳା ଏଣ୍ଟରିଅର ଏବଂ ଛେଳିଆପଡ଼ାର ରୟାଲ ସ୍ପୋର୍ଟସ ପ୍ରାୟୋଜିତ କରିଥିଲେ।