ଅନ୍ୟାନ୍ୟ

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେଲେ ଜୟଜିତ୍ ଧଳ, ଗ୍ରହଣ କଲେ ଦାୟିତ୍ୱ

By Angul TV Bureau

April 30, 2025

ଅନୁଗୁଳ: ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ଜୟଜିତ୍ ଧଳ। ସେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଥିଲେ। ଦାୟିତ୍ବରେ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କେ ଶ୍ରବଣ କୁମାରଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।ପ୍ରକାଶଥାଉ କି, ଶ୍ରବଣ କୁମାରଙ୍କୁ ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ଏହି ଅବସରରେ ଶ୍ରୀ ଧଳ ଆଗାମୀ ଦିନରେ ନିଜର ଦାୟିତ୍ବ ସୂଚାରୁରୂପେ ତୁଲାଇବା ପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,ଜିଲ୍ଲାର ସମସ୍ତ ପ୍ରାଶାସନିକ ଅଧିକାରୀ ଏବଂ ସମସ୍ତ ଗଣମାଧ୍ୟମର ପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ।