ଘଟଣା ଓ ଦୁର୍ଘଟଣା

ଖଣିରୁ କୋଇଲା ଚୋରି କରୁଥିବା ଟ୍ରକ ଓ ଜେସିବିକୁ ଜବତ କଲା ପୋଲିସ, ଅଭିଯୁକ୍ତ ଫେରାର

By Angul TV Bureau

February 19, 2023

ଅନୁଗୁଳ: ତାଳଚେର ଅନନ୍ତ କୋଇଲା ଖଣିରୁ ଚୋରା କୋଇଲା ବୋଝେଇ ଟ୍ରକ ସହ ଏକ ଜେସିବି ମେସିନକୁ ଜବତ କରିଛି ଓଆଇଏସଏଫ। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଚୋରା ଟ୍ରକ ଓ ଜେସିବି ଅନନ୍ତ କୋଇଲା ଖଣି ମଧ୍ୟକୁ ପ୍ରବେଶ କରି କୋଇଲା ଲୋଡ଼ିଂ କରୁଥିବା ବେଳେ ଅତର୍କିତ ଭାବେ ଓଆଇଏସଏଫର କର୍ମଚାରୀମାନେ ଚଢ଼ଉ କରିଥିଲେ। କର୍ମଚାରୀମାନେ ଉଭୟ କୋଇଲା ଟ୍ରକ ଓ କୋଇଲା ଲୋଡ଼ିଂ କରିବା ପାଇ ବ୍ୟବହୃତ ହେଉଥିବା ଜେସିବି ମେସିନକୁ ଜବତ କରି ସ୍ଥାନୀୟ କଲିୟାରୀ ଥାନାକୁ ହସ୍ତାନ୍ତର କରିଛନ୍ତି। ଚୋରା କୋଇଲା ଗାଡ଼ି (OD-35-F-2002) ତାଳଚେର ଅଞ୍ଚଳର ଓ ଏହାର ମାଲିକ ଅନୁଗୁଳ ଜରପଡାର ସୁଶାନ୍ତ ସାହୁ ବୋଲି ଜଣାପଡିଛି।ତେବେ କୋଇଲା ଚୋରି କରୁଥିବା ସମୟରେ ଘଟଣାସ୍ଥଳରୁ କୋଇଲା ମାଫିଆ ସୁଶାନ୍ତ ଫେରାର ହୋଇ ଯାଇଛି। ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।