ଅନ୍ୟାନ୍ୟ

ଜେସିଆଇ ସ୍କେଟିଂ ପ୍ରଶିକ୍ଷଣ ଶିବିର ଉଦଘାଟିତ, ୭ ଦିନ ଧରି ଚାଲିବ

By Angul TV Bureau

March 17, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଜେସିଆଇ (ଜୁନିଅର୍ ଚାମ୍ବର ଇଣ୍ଟର ନାସନାଲ) ପକ୍ଷରୁ ଏକ ସ୍କେଟିଂ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଏମସିଏଲ ଜଗନ୍ନାଥ ଡି ଏ ଭି ସ୍କୁଲ ପରିସରରେ ଆୟୋଜିତ ଏହି ଶିବିରକୁ ଏରିଆ ପର୍ସନାଲ୍ ମ୍ୟାନେଜର ମାନସ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜେସିଆଇର ପୂର୍ବତନ ଜୋନ ଅଧ୍ୟକ୍ଷ ଆଶିଷ ଅଗ୍ରୱାଲ, ନାଗପୁରରୁ ଆସିଥିବା ସ୍ଵତନ୍ତ୍ର ପ୍ରଶିକ୍ଷକ ରବୀନ୍ଦ୍ର ମିସଲ୍ ପ୍ରମୁଖ ଯୋଗ ଦେଇ ସ୍କେଟିଂର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ତାଳଚେର ଜେସିଆଇ ଶାଖା ସଭାପତି ମହେଶ ଅଗ୍ରୱାଲା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ ଗିରି ମଞ୍ଚ ପରିଚାଳନା ଓ ପୂର୍ବତନ ସଭାପତି ବାସୁଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିର ସାତ ଦିନ ପର୍ଯ୍ୟନ୍ତ ଚାଲିବ। ଅନ୍ତିମ ଦିନ ଏକ ରୋଡ ସୋ ଆୟୋଜନ ହେବା ସହ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ସହ ମେଡାଲ ପ୍ରଦାନ କରାଯିବା ର କାର୍ଯ୍ୟକ୍ରମ ରହିଛି।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି କୁଶଳ ଅଗ୍ରୱାଲ, ଜିତେନ୍ ଅଗ୍ରୱାଲ, ରଶ୍ମି ଅଗ୍ରୱାଲ, ପଲ୍ଲବୀ ଅଗ୍ରୱାଲ, ସୀମା ଅଗ୍ରୱାଲ, ଅରୁଣ ଅଗ୍ରୱାଲ, ସୁଶିଲ ସାହୁଙ୍କ ସହ ଅଭିଭାବକ ମାନେ ଉପସ୍ଥିତ ଥିଲେ।