ଅନୁଗୁଳ: ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତର ବଡ଼କେରା ପ୍ରାଥମିକ ବିଦ୍ୟାଳୟର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଓଡିଶା ମୋ ପରିବାର ସହ ସଂଯୋଜକ ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ରେବତୀ ନାଏକ, ସମବାୟ ନିର୍ଦ୍ଦେଶକ ସରୋଜ ନାଏକ, ବ୍ଲକ ବିଜେଡି ସଭାପତି ସରୋଜ ସାହୁ ଓ ଦଳୀୟ ନେତୃମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ସର୍ବମୋଟ ୬୮ ୟୁନିଟ ରକ୍ତ ସଂଗୃହୀତ ହୋଇଛି।