ଘଟଣା ଓ ଦୁର୍ଘଟଣା

ଘରେ ପଶି ସୁନାଗହଣା, ଟଙ୍କା, ମୋବାଇଲ୍ ଫୋନ୍ ଲୁଟ୍

By Angul TV Bureau

November 25, 2022

କଣିହାଁ: ଅନୁଗୁଳ ଜିଲ୍ଲା ସମଲ ଥାନା ଏକଘରିଆ ଗାଁର ହେମନ୍ତ ଦେବତା (୫୬)ଙ୍କ ଘରେ ବୁଧବାର ରାତିରେ ଦୁର୍ବୃତ୍ତମାନେ ପଶି ସୁନାଗହଣା, ଟଙ୍କା ଓ ମୋବାଇଲ୍ ଫୋନ୍ ଚୋରାଇ ନେଇଛନ୍ତି। ଥାନାରେ ଅଭିଯୋଗ ପରେ ଘଟଣା ସଂପର୍କରେ ପୋଲିସ ଛାନ୍‌ଭିନ୍ ଚଳାଇଛି।

ପୋଲିସ ସୂତ୍ରରୁ ପ୍ରକାଶ, ରାତିରେ ହେମନ୍ତ ଦେବତାଙ୍କ ଘରେ ୫ ଜଣ ଦୁର୍ବୃତ୍ତ ପଶି ୬୦ ଗ୍ରାମ୍ ସୁନାଗହଣା, ୨୦ ହଜାର ଟଙ୍କା ଓ ୪ଟି ମୋବାଇଲ୍ ଫୋନ୍ ଧରି ପଳାଇଥିଲେ । ଶ୍ରୀ ଦେବତା ଗୁରୁବାର ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ଦୁର୍ବୃତ୍ତମାନେ ଚୋରି ମୋବାଇଲ୍ ଫୋନ୍ ତାଳଚେର ଥାନା ସୋଲଡ଼ା ଗାଁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ପୋଲିସ ପହଞ୍ଚି ଏହି ମୋବାଇଲ୍‌ ଫୋନ୍‌ ଜବତ କରିଛି ।