ମୁଖ୍ୟ ଖବର

ଓଡ଼ିଶା ଜୀବିକା ମିଶନ ମହିଳା ଗୋଷ୍ଠୀର ୪ ଦଫା ଦାବି: ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

By Angul TV Bureau

February 11, 2025

ଅନୁଗୁଳ: ଚାରି ଦଫା ଦାବିରେ ଅନୁଗୁଳ ଜିଲ୍ଲାର ଓଡ଼ିଶା ଜୀବିକା ମିଶନ ମହିଳା ଗୋଷ୍ଠୀ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଓଡ଼ିଶା ମିଶନ ଶକ୍ତି ଇସି ସଂଘ ପକ୍ଷରୁ ଭାରତୀୟ ମଜଦୂର ସଂଘ ରାଜ୍ୟ ଶ୍ରମିକ ନେତା ଶ୍ରୀନିବାସ ଖୁଣ୍ଟିଆଙ୍କ ନେତୃତ୍ଵରେ ସଭାନେତ୍ରୀ ପ୍ରତିମା ମିଶ୍ର ଓ ସମ୍ପାଦିକା ନିରୁପମା ସିଂ ପ୍ରମୁଖ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ନାରାବାଜି ଦେଇଥିଲେ।

ଇସି ମାନଙ୍କର ପୁନର୍ଗଠନ ବନ୍ଦ ହେଉ, ପୂର୍ବ ସରକାରଙ୍କ ସମୟରେ ସ୍କୁଟି ଯୋଜନାର ସର୍ତ୍ତାବଳୀର କୋହଳ କରି ଅର୍ଥ ପ୍ରଦାନ ନେଇ ବିଚାର କରାଯାଉ, ଇସିମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉ ଏବଂ ଇସିମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେ ନେଇ ରାଜ୍ୟ ସରକାରଙ୍କୁ ଲେଖି ଦାବିପତ୍ରରେ ଜଣାଇଛନ୍ତି। ଦାବି ପୂରଣ ନ ହେଲେ ଫେବ୍ରୁଆରୀ ୧୨ରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୨୫୦ ରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।